
ଭୁବନେଶ୍ୱର, 30 ଜୁନ (ହି.ସ.) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁ ହରଗୋବିନ୍ଦ ସାହିବଜୀଙ୍କ ପ୍ରକାଶ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି, “ଶିଖ ଧର୍ମର ଷଷ୍ଠ ଗୁରୁ, ସାହସ ଓ ସେବାର ପ୍ରତୀକ ଶ୍ରୀ ଗୁରୁ ହରଗୋବିନ୍ଦ ସାହିବଜୀଙ୍କ ପବିତ୍ର ପ୍ରକାଶ ପର୍ବ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଗୁରୁ ସାହିବଜୀଙ୍କ ଜୀବନ ଧର୍ମର ସୁରକ୍ଷା, ସେବା, ସାହସ ଏବଂ ମାନବ କଲ୍ୟାଣର ଦିବ୍ୟ ବାର୍ତ୍ତାର ପ୍ରତୀକ। ତାଙ୍କର ପବିତ୍ର ଆଦର୍ଶ ଓ ଚିନ୍ତାଧାରା ସଦାସର୍ବଦା ସମାଜକୁ ସତ୍ୟ, ସଦ୍ଭାବ ଓ ମାନବତାର ପଥରେ ଅଗ୍ରସର ହେବା ପାଇଁ ସବୁବେଲେ ପ୍ରେରଣା ଦେଉଥିବ ।”
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ