କନ୍ଧମାଳ ପୋଲିସର ବଡ଼ ସଫଳତା
Ganja of worth 1.5crore with a truck and Scorpio two arrested
ଫୋଟ ୨


ଫୋଟ


୧.୫ କୋଟି ଟଙ୍କାର ଗଞ୍ଜେଇ ସମେତ ଏକ ଟ୍ରକ, ସ୍କର୍ପିଓ ଜବତ ଦୁଇ ଗିରଫ

କନ୍ଧମାଳ, ୩୦ ଜୁନ୍(ହି.ସ.) – କନ୍ଧମାଳ ଜିଲ୍ଲା ପୋଲିସ୍ କୁ ମିଳିଛି ଏକ ବଡ ଧରଣର ସଫଳତା। ଗତ ୨ ତାରିଖ ଦିନ ଗୋଛାପଡ଼ା ଥାନା ଅଂଚଳରୁ, ଏକ ବଡ ଟାଟା ଟ୍ରକ୍(ଏମ.ଏଚ୍.୦୩ ସିଭି ୫୦୩୦)ରେ ୧୪୭୦ କିଲୋ ଗଞ୍ଜେଇ ଚାଲାଣ ର ଖବର ପାଇ ଗୋଛାପଡ଼ା ଥାନା ପୋଲିସ ଏହାକୁ ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ଯ ୧.୫ କୋଟି ଟଙ୍କା ହେବ ବୋଲି ପୋଲିସ୍ ସୁତ୍ରରୁ ଜଣାପଡିଛି। ଗାଡିର ଡ୍ରାଇଭର, ମଧ୍ୟପ୍ରଦେଶ ର ଦେୱାସ୍ ଥାନା ଅଂଚଳର ୟୋଗେଶ୍ ମୀନାକୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ୍। ତାଠାରୁ ମିଳିଥିବା ସୂଚନା ଅନୁସାରେ ଏହି ଗଞ୍ଜେଇ କାରବାରର ମୁଖ୍ୟ କିଙ୍ଗପିନ୍, ମଧ୍ୟପ୍ରଦେଶ ର ବିଛିଆ, ଗୋବିନ୍ଦ ଗଡ ରୋଡ୍ ଥାନା ଅଂଚଳର ଆଦିତ୍ୟ ମିଶ୍ର, ଓରଫ୍ ରାକେଶ ଓରଫ୍ ସାୱେରିଆ (୨୮)କୁ ଗିରଫ କରିଛି ପୋଲିସ୍। କନ୍ଧମାଳ ଏସପି ଶ୍ରୀ ରାମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ସାଇବର୍ ଏକ୍ସପର୍ଟଙ୍କ ସମେତ ଟ୍ରାକିଙ୍ଗ କରି ମଧ୍ୟପ୍ରଦେଶ ଯାଇ ତାକୁ ଗିରଫ କରିଛନ୍ତି। ତା’ ଠାରୁ ଏକ ମହିନ୍ଦ୍ରା ସ୍କର୍ପିଓ ଏନ୍(ଏମ. ପି. ୧୭ ଜେଡ୍ ଆର୍ ୯୩୭୫)ଗାଡି ସମେତ ଚାରିଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଆଜି ଫୁଲବାଣୀ ସ୍ଥିତ ପୋଲିସ୍ ମୁଖ୍ୟାଳୟରେ ଗଣମାଧ୍ୟମକୁ ଏହି ସୂଚନା କନ୍ଧମାଳ ଏସ୍ପି ଶ୍ରୀ ରାମେନ୍ଦ୍ର ପ୍ରସାଦ। ସେ ଦେଇଥିବା ସୂଚନା ଅନୁଯାୟୀ କିଙ୍ଗପିନ୍ ସାୱେରିଆ ଗତ ପ୍ରାୟ ଦୁଇ ବର୍ଷ ହେଲା କନ୍ଧମାଳ ଜିଲ୍ଲାରେ ଏହି ଗଞ୍ଜେଇ କାରବାରରେ ଲିପ୍ତ ଥିବା ନେଇ ପୋଲିସ୍ ନିକଟରେ ଖବର ଥିଲା। କନ୍ଧମାଳ ପୋଲିସ୍ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ କୁ ସଫଳ କରିବା ପାଇଁ ରାଜ୍ୟ ଉଚ୍ଚ ପୋଲିସ୍ ଅଧିକାରୀଙ୍କ ନିର୍ଦ୍ଦେଶ ଓ ଏହି ଅଭିଯାନ ପାଇଁ ସମର୍ପିତ ଥିବା ଜିଲ୍ଲା ପୋଲିସ୍ ର ଟିମ୍ ଜୋରଦାର ଭାବରେ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande