
ଭୁବନେଶ୍ୱର, 30 ଜୁନ୍ (ହି.ସ.)- ବିନା ନୋଟିସରେ
କମିଶନରଙ୍କ ଉଚ୍ଛେଦକୁ ବିରୋଧ କରି ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ ବିଏମସି ଆଗରେ
ଧାରଣା ଦେଇଛନ୍ତି। କର୍ପୋରେସନ ବୈଠକ ଛାଡ଼ି ଆସି ବିଏମସି ବାହାରେ ଧାରଣାରେ ବସିଛନ୍ତି ଜୀବନ।
ଯେପର୍ଯ୍ୟନ୍ତ ଲୋକଙ୍କୁ ଲିଖିତ ଆକାରରେ ନ ଦିଆଯାଇଛି ଉଠିବେନି ଧାରଣାରୁ ବୋଲି ଚେତାବନୀ
ଦେଇଛନ୍ତି। ବାୟାବାବା ମଠ ଅଞ୍ଚଳରେ ୨ ଥର ବିନା
ନୋଟିସରେ ଦୋକାନ ଘରା ଭଙ୍ଗା ନେଇ ଗଣ୍ଡଗୋଳ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା