କେନ୍ଦ୍ରାପଡା ବିଧାୟକଙ୍କ ହାଇସ୍କୁଲ୍ ପରିଦର୍ଶନ ଓ ସମସ୍ୟା ଅନୁଧ୍ୟାନ
କେନ୍ଦ୍ରାପଡା, ୩୦ ଜୁନ୍ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତରେ ଥିବା ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟକୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ପରିଦର୍ଶନ କରି ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘ ଦିନ ହେଲା ଉଚ୍ଚ ବ
କେନ୍ଦ୍ରାପଡା ବିଧାୟକଙ୍କ ହାଇସ୍କୁଲ୍ ପରିଦର୍ଶନ ଓ ସମସ୍ୟା ଅନୁଧ୍ୟାନ


କେନ୍ଦ୍ରାପଡା, ୩୦ ଜୁନ୍ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତରେ ଥିବା ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟକୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ପରିଦର୍ଶନ କରି ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘ ଦିନ ହେଲା ଉଚ୍ଚ ବିଦ୍ୟାଳୟର ଦୁଇ ମହଲା କୋଠା ନିର୍ମାଣ ସରିଥିଲେ ମଧ୍ୟ ଠିକାଦାର ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ପାଇନଥିବାରୁ ନିର୍ମାଣାଧିନ କୋଠାକୁ ବିଦ୍ୟାଳୟକୁ ହସ୍ତାନ୍ତର କରାଯାଉନାହିଁ । ଯାହାଫଳରେ ଛାତ୍ର ଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରଧାନ ଶିକ୍ଷକ ଓ ସରପଂଚ ବିଧାୟକଙ୍କ ସହିତ ଆଲୋଚନା କରିଛନ୍ତି ।

ଏହି ଅବସରରେ ହାଇସ୍କୁଲର ଗଣିତ ଶିକ୍ଷକ ଦିବାକର ପ୍ରଧାନ ଅବସର ନେଉଥିବାରୁ ତାଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଧାୟକ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ କଣ୍ଡୁରୀ ଚରଣ ପ୍ରଧାନ, ଜ୍ଞାନ ରଂଜନ ମହାନ୍ତି, ସରପଂଚ କଳ୍ପନା ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ସଂସ୍କୃତ ଶିକ୍ଷକ ପ୍ରଭାକର ସାର୍ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande