-୨ ବର୍ଷର ପୋଗ୍ରେସ କାର୍ଡ ପ୍ରକାଶ କଲେ ବିଧାୟକ ଗଣେଶ୍ୱର
କେନ୍ଦ୍ରାପଡା-30 ଜୁନ୍ (ହି.ସ.): କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବିଜେଡି ପ୍ରାର୍ଥୀ ଭାବେ ବିଧାନସଭା କୁ ନିର୍ବାଚିତ ହେବାର ୨ ବର୍ଷ ପୁରି ଯାଇଛି । ରାଜ୍ୟରେ ବିଜେପି ସରକାର ଶାସନ କରୁଥିଲେ ମଧ୍ୟ ବିଧାନସଭା ରେ କେନ୍ଦ୍ରାପଡାର ସମସ୍ୟାକୁ ବାରମ୍ବାର ଉପସ୍ଥାପନ କରି ସରକାର, ବିଭାଗୀୟ ମନ୍ତ୍ର
-୨ ବର୍ଷର ପୋଗ୍ରେସ କାର୍ଡ ପ୍ରକାଶ କଲେ ବିଧାୟକ ଗଣେଶ୍ୱର


କେନ୍ଦ୍ରାପଡା-30 ଜୁନ୍ (ହି.ସ.): କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବିଜେଡି ପ୍ରାର୍ଥୀ ଭାବେ ବିଧାନସଭା କୁ ନିର୍ବାଚିତ ହେବାର ୨ ବର୍ଷ ପୁରି ଯାଇଛି । ରାଜ୍ୟରେ ବିଜେପି ସରକାର ଶାସନ କରୁଥିଲେ ମଧ୍ୟ ବିଧାନସଭା ରେ କେନ୍ଦ୍ରାପଡାର ସମସ୍ୟାକୁ ବାରମ୍ବାର ଉପସ୍ଥାପନ କରି ସରକାର, ବିଭାଗୀୟ ମନ୍ତ୍ରୀ ଓ ଜନ ସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରି ଚାଲିଛନ୍ତି । ନିର୍ବାଚିତ ହେବାର ୨ ବର୍ଷ ମଧ୍ୟରେ ଶ୍ରୀ ବେହେରା କେଉଁ କେଉଁ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରି ଓ ତାହାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି ଏନେଇ ଏକ ପୋଗ୍ରେସ କାର୍ଡ ଆଜି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥାପନ କରିଛନ୍ତି । ଗରାପୁର ସ୍ଥିତ ରାଜୀବ ଭବନ ପରିସର ରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରା ଯାଇଥିଲା । ବିଧାୟକ ଶ୍ରୀ ବେହେରାଙ୍କ ସମେତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ, କେନ୍ଦ୍ରାପଡା ପୈାର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସରିତା ସାହୁ, ବିଜେଡି ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳଙ୍କ ସମେତ ବହୁ ଦଳୀୟ ନେତା, କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ । ସେବା ଓ ସଂକଳ୍ପର ଫଳଶ୍ରୁତି ୨୦୨୪-୨୦୨୬ ଶୀର୍ଷକ ଏହି ପୋଗ୍ରେସ କାର୍ଡରେ ଉଚ୍ଚ ଶିକ୍ଷା, ପୁର୍ତ ବିଭାଗ, ଗ୍ରାମୀୟ ନିର୍ମାଣ ବିଭାଗ, ଜଳ ସମ୍ପଦ, ସ୍ୱାସ୍ଥ୍ୟ, କ୍ରୀଡା, ପଂଚାୟତରାଜ ଓ ପୋଲିସ ସେବା ତଥା ବିଧାୟକଙ୍କ ଆଂଚଳିକ ପାଣ୍ଠି ଆଦି ବହୁବିଧ ତଥ୍ୟ ପ୍ରଦାନ କରାଯାଇଛି । ବିଧାୟକଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରୁ ସମୁଦାୟ ୯ କୋଟି ୯ ଲକ୍ଷ ୮୫ ହଜାର ଆବଣ୍ଟନ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୧ କୋଟି ୨ଲକ୍ଷ ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ଜଣାପଡିଛି । କେନ୍ଦ୍ରାପଡା କଲେଜ ହଷ୍ଟେଲ ପାଇଁ ୭ କୋଟି ୨ଲକ୍ଷ ଟଙ୍କା, ଇନ୍ଦୁପୁର କଲେଜ ପାଇଁ ୭ ଲକ୍ଷ, ବ୍ରାହ୍ମଣୀ କଲେଜ ପାଇଁ ୯ ଲକ୍ଷ, ଅଳପୁଆ ସେତୁ ପାଇଁ ୧୦୦ କୋଟି ୬୭ ଲକ୍ଷ, ଦାମୋଦରପାଟଣା ଓ ବଲୋରିଆ ରସ୍ତା ପାଇଁ ୪୧ କୋଟିର ପ୍ରସ୍ତାବ ମଞ୍ଜୁର ହୋଇଛି । ଏହିଭଳି ବିଭିନ୍ନ ଉନ୍ନୟଣ ମୂଳଖ କାର୍ଯ୍ୟପାଇଁ ବିଧାୟକଙ୍କ ପାଣ୍ଠିରୁ ଅର୍ଥରାଶି ମଞ୍ଜୁର ହେଇଥିବା ଜଣାପଡିଛି । ଏହି ତାଲିକାରେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗାଁକୁ ରାସ୍ତା ନିର୍ମାଣ ପ୍ରଭୃତି ପ୍ରକଳ୍ପମାନ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ଆଲୋକ ସାହୁ, ସେକ ଚନ୍ଦନ, ପ୍ରଦ୍ୟୁମ୍ନ ଜେନା, ହିରଣ୍ୟ ପଣ୍ଡା, ସମ୍ବିତ ଶ୍ରୀଚନ୍ଦନ, ରଶ୍ମିରଂଜନ ରାଉତ, ପ୍ରଦିପ୍ତ ମହାନ୍ତି, ଶିବାଶିଷ ପଣ୍ଡା, ନିର୍ମଳା ମହାନ୍ତି, ପ୍ରଭାତ ଉଡାନସିଂହ ପ୍ରମୁଖ ଦଳୀୟ ନେତାମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande