ନୁଆଁ ମାଳିଗୁଡ଼ା ମୌଳିକ ସୁବିଧାରୁ ବଂଚିତ
ଜୟପୁର, ୩୦ ଜୁନ୍(ହି.ସ.) – ଦୂର୍ଗମରେ ଦୁର୍ଦ୍ଦଶା ଭୋଗୁଛନ୍ତି ଜୟପୁର ବ୍ଲକ ନୂଆଁ ମାଳିଗୁଡ଼ା ଗ୍ରାମବାସୀ, ବିଶୁଦ୍ଧ ପାନୀୟ ଜଳ, ବିଜୁଳୀ ସାତସପନ। ଦୀର୍ଘ ବର୍ଷ ପରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ, ବିଜୁଳି ନିମନ୍ତେ ସଂଘର୍ଷ କରୁଛନ୍ତି ଜୟପୁର ବ୍ଲକ ଜାମୁଣ୍ଡା ପଂଚାୟତ ଅନ୍ତର୍ଗତ ନୂଆଁ ମାଳିଗୁଡ଼ା ଗ୍ରାମବା
ଡମ୍ପିଂୟାର୍ଡ ପାଇଁ ସହର ବାସୀ ଓ ଛାତ୍ରଛାତ୍ରୀ ହଟ ହଟା


ଜୟପୁର, ୩୦ ଜୁନ୍(ହି.ସ.) – ଦୂର୍ଗମରେ ଦୁର୍ଦ୍ଦଶା ଭୋଗୁଛନ୍ତି ଜୟପୁର ବ୍ଲକ ନୂଆଁ ମାଳିଗୁଡ଼ା ଗ୍ରାମବାସୀ, ବିଶୁଦ୍ଧ ପାନୀୟ ଜଳ, ବିଜୁଳୀ ସାତସପନ। ଦୀର୍ଘ ବର୍ଷ ପରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ, ବିଜୁଳି ନିମନ୍ତେ ସଂଘର୍ଷ କରୁଛନ୍ତି ଜୟପୁର ବ୍ଲକ ଜାମୁଣ୍ଡା ପଂଚାୟତ ଅନ୍ତର୍ଗତ ନୂଆଁ ମାଳିଗୁଡ଼ା ଗ୍ରାମବାସୀ। ବାରମ୍ବାର ପ୍ରଶାସନିକ ଅଧିକାରୀମାନଙ୍କୁ ଗୁହାରି କଲେ ସୁଧା ଗ୍ରାମବାସୀଙ୍କୁ କେବଳ ମିଳିଛି ମିଛ ପ୍ରତିଶୃତି। ଦୀପତଳେ ଅନ୍ଧାର ପରି ଜାମୁଣ୍ଡା ପଂଚାୟତ ଠାରୁ ମାତ୍ର ୩ରୁ ୪କି.ମି. ଦୂରରେ ରହିଛି ଏହି ଗ୍ରାମଟି। ଗାଁକୁ ଯିବାକୁ ହେଲେ ଅଙ୍କା ବଙ୍କା ଗୋଡ଼ି ମାଟି ପଥୁରିଆ ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ଗ୍ରାମରେ ପାନୀୟ ଜଳର ସୁବିଧା ଥାଇ ମଧ୍ୟ ନଥିବା ସହ ସମାନ। ତତ୍ସହିତ ଗ୍ରାମରେ ଆଜିଯାଏଁ ମିଳିନି ବିଜୁଳି। ଫଳରେ ଗ୍ରାମବାସୀ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତଥା ଛାତ୍ରଛାତ୍ରୀ ପାଠ ପଡ଼ାପଡ଼ିରେ ବ୍ୟାଘାତ ହେଉଛି। କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ଜାମୁଣ୍ଡା ପଂଚାୟତ ନୂଆଁ ମାଳିଗୁଡ଼ା ଗ୍ରାମରେ ଏହି ଅବସ୍ଥା ରହିଛି।

ଘଂଚ ଜଙ୍ଗଲ ମଧ୍ୟରେ ରହିଛି ଏହି ଗ୍ରାମଟି। ଗ୍ରାମରେ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ପରିବାର ତଥା ୧୦୦ରୁ ଉର୍ଦ୍ଧ୍ୱ ଲୋକ ରହୁଥିବା ଗ୍ରାମର ଗୋଟିଏ ମାତ୍ର ନଳକୂପ ଅଛି କିନ୍ତୁ ସେଥିରୁ ବାହାରୁଛି ଦୂଷିତ ଅୟରନ ପାଣି, ଗ୍ରାମରେ ବିଜୁଳି ନଥିବା ଯୋଗୁଁ ଗ୍ରାମବାସୀ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଜୁଳି ସମସ୍ୟା ସକାଶେ କୋମଳମତି ଶିଶୁମାନଙ୍କର ଭବିଷ୍ୟତ ଅନ୍ଧକାର ଭିତରେ ଚାଲିଯାଉଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ନୂଆଁ ମାଳିଗୁଡ଼ା ଗାଁକୁ ଯିବାକୁ ହେଲେ ଜାମୁଣ୍ଡା ମୁଖ୍ୟରାସ୍ତା ଠାରୁ ତିନି କିଲୋମିଟ ରାସ୍ତାଦେଇ ଗଲେ ପଡ଼େ। ଛାତ୍ରୀମାନଙ୍କୁ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଯିବାକୁ ହେଲେ ୩ରୁ ୪ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼େ। ବିଜୁଳି ନଥିବାରୁ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କା ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande