ଜୟପୁର ପ୍ରାଇଡ୍ ଇଣ୍ଟରାକ୍ଟ କ୍ଲବର ଉଦ୍ଘାଟନୀ ସମାରୋହ
ଜୟପୁର, ୩୦ ଜୁନ୍ (ହି.ସ.)- ନାରାୟଣୀ ଇଂଲିଶ ମିଡିୟମ ସ୍କୁଲ, ଜୟପୁର ପରିସରରେ ଆଜି ଏକ ନୂତନ ଆନ୍ତର୍ଜାତୀୟ ସେବା ସଂଗଠନ ଇଣ୍ଟରାକ୍ଟ କ୍ଲବ ଅଫ୍ ନାରାୟଣୀ ଇଂଲିଶ ମିଡିୟମ ସ୍କୁଲର ଶୁଭ ଉଦ୍ଘାଟନ ହୋଇଥିଲା। ୧୨ ରୁ ୧୮ ବର୍ଷ ବୟସର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ନେଇ କ୍ଲବଟି ଏହାର କାର୍ଯ୍ୟକଳାପ ଆରମ୍ଭ
ଜୟପୁର ପ୍ରାଇଡ୍ ଇଣ୍ଟରାକ୍ଟ କ୍ଲବର ଉଦ୍ଘାଟନୀ ସମାରୋହ


ଜୟପୁର, ୩୦ ଜୁନ୍ (ହି.ସ.)- ନାରାୟଣୀ ଇଂଲିଶ ମିଡିୟମ ସ୍କୁଲ, ଜୟପୁର ପରିସରରେ ଆଜି ଏକ ନୂତନ ଆନ୍ତର୍ଜାତୀୟ ସେବା ସଂଗଠନ ଇଣ୍ଟରାକ୍ଟ କ୍ଲବ ଅଫ୍ ନାରାୟଣୀ ଇଂଲିଶ ମିଡିୟମ ସ୍କୁଲର ଶୁଭ ଉଦ୍ଘାଟନ ହୋଇଥିଲା। ୧୨ ରୁ ୧୮ ବର୍ଷ ବୟସର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ନେଇ କ୍ଲବଟି ଏହାର କାର୍ଯ୍ୟକଳାପ ଆରମ୍ଭ କରିଛି। ଏହି ଇଣ୍ଟରାକ୍ଟ କ୍ଲବକୁ ରୋଟାରୀ କ୍ଲବ ଅଫ୍ ଜୟପୁର ପ୍ରାଇଡ୍ ପକ୍ଷରୁ ପ୍ରଯୋଜିତ କରାଯାଇଛି। ଉଦ୍ଘାଟନୀ ସଭାରେ ରୋଟାରୀ କ୍ଲବ ଅଫ୍ ଜୟପୁର ପ୍ରାଇଡ୍ର ସଭାପତି ରୋଟାରିଆନ୍ ସୁରେଶ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ରୋଟାରିଆନ୍ ଜି. ଭି. ରାଓ, ରୋଟାରିଆନ୍ ରାମନାଥ ସାହୁ, ରୋଟାରିଆନ୍ ରବି ନାରାୟଣ ନନ୍ଦ, ରୋଟାରିଆନ୍ ରାମାନୁଜ ବେହେରା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଅନୁଷ୍ଠାନ ସମୟରେ ଅତିଥିମାନେ ଇଣ୍ଟରାକ୍ଟ କ୍ଲବର ଚାର୍ଟରକୁ କ୍ଲବର ଚାର୍ଟର ସଭାପତି ଓ ଚାର୍ଟର ସମ୍ପାଦକଙ୍କ ହାତରେ ଔପଚାରିକ ଭାବରେ ପ୍ରଦାନ କରିଥିଲେ।

ଏହି ସମୟରେ କ୍ଲବର ସମସ୍ତ ଚାର୍ଟର ସଦସ୍ୟମାନେ ଉପସ୍ଥିତ ଥିଲେ। ସଭାକୁ ସମ୍ବୋଧିତ କରି ରୋଟାରିଆନ୍ ଜି. ଭି. ରାଓ ଓ ରୋଟାରିଆନ୍ ରାମାନୁଜ ବେହେରା ସମାଜରେ ଇଣ୍ଟରାକ୍ଟରମାନଙ୍କର ଭୂମିକା ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ସେବା କାର୍ଯ୍ୟକ୍ରମ ଓ ନେତୃତ୍ୱମୂଳକ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିଥିଲେ। ଶେଷରେ ରୋଟାରିଆନ୍ ରବି ନାରାୟଣ ନନ୍ଦ ଧନ୍ୟବାଦ ଜ୍ଞାପନ କରିଥିଲେ। ଆଜିର ଏହି ଉତ୍ସବଟିକୁ ଯୁବ ରୋଟେରିୟାନ ବିକ୍ରମ ସାହୁ ମଞ୍ଚ ପରିଚାଳନା କରିଥିଲେ ।

ଏହି ଅବସରରେ ରୋଟାରୀ କ୍ଲବ ଅଫ୍ ଜୟପୁର ପ୍ରାଇଡ୍ ର ସଦସ୍ୟମାନଙ୍କ ମଧ୍ୟରୁ ରତ୍ନାକର ଚୌଧୁରୀ, ବିକ୍ରମ ସାହୁ, ସଞ୍ଜୀବ ମିଶ୍ର ଏବଂ କାଲୁରାମ ପଣ୍ଡା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande