ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ ୧୩୫.୦ ମି.ମି. ବର୍ଷା
ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ ୧୩୫.୦ ମି.ମି. ବର୍ଷା ରେକର୍ଡ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ୧୩୦.୦ ମି.ମି., ଶୁଳିଆପଦାରେ ୧୨୮.୦ ମି.ମି., ଶାମାଖୁଂଟାରେ ୧୨୫.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଗଁଦିଆରେ ୧୧୦.
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ ୧୩୫.୦ ମି.ମି. ବର୍ଷା


ଭୁବନେଶ୍ୱର, ୩୦ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ ୧୩୫.୦ ମି.ମି. ବର୍ଷା ରେକର୍ଡ ହୋଇଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ୧୩୦.୦ ମି.ମି., ଶୁଳିଆପଦାରେ ୧୨୮.୦ ମି.ମି., ଶାମାଖୁଂଟାରେ ୧୨୫.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଗଁଦିଆରେ ୧୧୦.୦ ମି.ମି., କଙ୍କଡ଼ାହାଡରେ ୧୦୫.୦ ମି.ମି., ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାରେ ୯୫.୦ ମି.ମି., ଜଗତସିଂହପୁର ଜିଲ୍ଲାର ପାରାଦୀପରେ ୮୯.୭ ମି.ମି., ଯାଜପୁର ଜିଲ୍ଲାର ସୁକିନ୍ଦାରେ ୮୯.୦ ମି.ମି., କେନ୍ଦୁଝର ଜିଲ୍ଲାର ଘସିପୁରାରେ ୮୮.୪ ମି.ମି., ଯାଜପୁର ଜିଲ୍ଲାର ଜେନାପୁରରେ ୮୪.୪ ମି.ମି., କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରେ ୮୪.୪ ମି.ମି. ଏବଂ ଯାଜପୁର ଜିଲ୍ଲାର ଦାନଗଦିରେ ୮୨.୨ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande