ଫକିରାବାଦ ୟୁପି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, ୩୦ ଜୁନ୍ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଫକିରାବାଦ ଉର୍ଦ୍ଧ୍ୱ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ସେକ୍ ମନସୁର୍ ଅଲ୍ଲୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପୂର୍ବତନ ଶିକ୍ଷକ ନେତା ତଥା କବି ହେମନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରା
ଫକିରାବାଦ ୟୁପି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା


କେନ୍ଦ୍ରାପଡା, ୩୦ ଜୁନ୍ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଫକିରାବାଦ ଉର୍ଦ୍ଧ୍ୱ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ସେକ୍ ମନସୁର୍ ଅଲ୍ଲୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପୂର୍ବତନ ଶିକ୍ଷକ ନେତା ତଥା କବି ହେମନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଓଡିଶା ଉର୍ଦ୍ଧୁ ବୋର୍ଡର ପୂର୍ବତନ ସଂପାଦକ ଡଃ. ସୟଦ୍ ଅତା ମୋହିଉଦ୍ଦିନ୍ ମୁଖ୍ୟ ବକ୍ତା, କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀ ଓ ଡେରାବିଶ ବ୍ଲକ ଶିକ୍ଷା ଅଧିକାରୀ, ସ୍ୱତନ୍ତ୍ର ଅତିଥି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବଳଦେବ ପ୍ରସାଦ ଜେନା, ଦେବଦତ ଶତପଥୀ, ଅଲସ୍ତାର ସଭାପତି ଧନେଶ୍ୱର ପାତ୍ର, ଉତ୍କଳ ପ୍ରାଇମେରୀ ସ୍କୁଲର ଶିକ୍ଷକ ନେତା ଭ୍ରମର ବର ରାଉତ, ପୂର୍ବତନ ସ୍କୁଲ୍ ଇନିସ୍ପେକ୍ଟର କାଶୀନାଥ ରାଉତରାୟ, ମାର୍ଶାଘାଇର ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଦୀର୍ଘ ୩୦ ବର୍ଷ ଧରି ପ୍ରଧାନ ଶିକ୍ଷକ ସେକ୍ ମନ୍ସୁର ଅଲ୍ଲୀ ଶିକ୍ଷାକୁ ଆପଣେଇ ନିରବଚ୍ଛିନ୍ନ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିବା ପ୍ରକାଶ କରିଥିଲେ ।

ଅବସର ନେଉଥିବାରୁ ପ୍ରଧାନ ଶିକ୍ଷକ ଶ୍ରୀ ଅଲ୍ଲୀଙ୍କୁ ଛାତ୍ର/ଛାତ୍ରୀ, ଅଭିଭାବକ ଓ ଅତିଥିମାନେ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଲଢି ଉର୍ଦ୍ଧୁ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ସେକ୍ ବରକତ୍ ଉଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande