ଫୁଲବାଣୀ ରୋଟାରୀ କ୍ଲବର ମିଳିତ ନିର୍ଦେଶକଙ୍କ ବୈଠକ
Phulbani Rotary club Directors Meeting in the club
ଫୋଟ


କନ୍ଧମାଳ/ଫୁଲବାଣୀ, ୩୦ ଜୁନ୍(ହି.ସ.) – ସୋମବାର ସନ୍ଧ୍ୟାରେ ଫୁଲବାଣୀ ରୋଟାରୀ କ୍ଲବ ୩୨୬୨ ଚାର୍ଟର ନମ୍ବର ୧୬୦୫୫ର କ୍ଲବ ସମ୍ମିଳନୀ କକ୍ଷରେ, ୨୦୨୬-୨୭ ବର୍ଷ ପାଇଁ ନିର୍ଦ୍ଦେଶକମାନଙ୍କ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ଷ ୨୦୨୫/୨୬ସଭାପତି ପ୍ରକାଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଚଳିତ ୨୦୨୬/୨୭ବର୍ଷ ରୋଟାରୀ କ୍ଲବ ସଭାପତି, ବିଜୟ କୃଷ୍ଣ ପଟ୍ଟନାୟକ ଓ ରୋଟାରୀ କ୍ଲବ ସମ୍ପାଦକ ସୁନୀଲ ପଟ୍ଟନାୟକଙ୍କ ଦ୍ୱାରା ଚଳିତ ବର୍ଷ କେଉଁ ମାସରେ କି କି କାର୍ଯ୍ୟକ୍ରମମାନ ହାତକୁ ନିଆଯିବ ଓ ଏଥିପାଇଁ କେତେ ଟଙ୍କା ବ୍ୟୟ ହେବ ସେ ନେଇ ଉପସ୍ଥିତ ନିର୍ଦ୍ଦେଶକମାନଙ୍କୁ ସୂଚନା ଦେଇଥିଲେ। ଜିଲ୍ଲାର ଗରୀବ, ଅବହେଳିତ ଓ ନିଷ୍ପେଷିତ ଲୋକଙ୍କ ପାଇଁ ଫୁଲ ବାଣୀ ରୋଟାରୀ କ୍ଲବ ପକ୍ଷରୁ ଅଧିକରୁ ଅଧିକ କାର୍ଯକ୍ରମମାନ ହାତକୁ ନିଆଯାଇ ପାରିବ ସେଥିପ୍ରତି ନୂତନ ସଭାପତି ଓ ସମ୍ପାଦକ ଦୃଷ୍ଟି ଦେବାକୁ ନିର୍ଦ୍ଦେଶକ ତଥା ପୂର୍ବତନ ସଭାପତି ସର୍ବେଶ୍ୱର ମିଶ୍ର ପରାମର୍ଶ ଦେଇଥିଲେ। କ୍ଲବ୍ ପକ୍ଷରୁ ୨୦୨୬/୨୭ବର୍ଷରେ ପ୍ରାୟ ୩୦/୪୦ଗୋଟି ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା ସ୍ୱାସ୍ଥ୍ୟ ସେବା, ପରିବେଶ, ଶିକ୍ଷା, ପାନୀୟ ଜଳ, ରାଜ୍ୟସ୍ତରୀୟ ମାରାଥନ ଆଦି କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ ବୋଲି ସଭାପତି ବିଜୟ କୃଷ୍ଣ ପଟ୍ଟନାୟକ ଓ ସମ୍ପାଦକ ସୁନୀଲ ପଟ୍ଟନାୟକ କହିଛନ୍ତି। ଏହାକୁ ସଫଳ କରିବାକୁ ସମସ୍ତ ରୋଟାରୀ ସଦସ୍ୟ ସଦସ୍ୟାମାନଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରୋଟରିଆନ ପଦ୍ମଚରଣ ସ୍ୱାଇଁ, ଶରତ କୁମାର ସୁବୁଦ୍ଧି, ବାଲାଜୀ ପାତ୍ର, ମୋନୋରଞ୍ଜନ ପଟ୍ଟନାୟକ, କେ.ରବି ନାରାୟଣ ସୁବୁଦ୍ଧି, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ପବନ ଅଗ୍ରୱାଲ, ବିରଜା ନାହାକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କ୍ଲବ୍ର ୪୫ତମ ଚାର୍ଟର ଡେ ବା ପ୍ରତିଷ୍ଠା ଦିବସ ଅବସରରେ କ୍ଲବ୍ର ପ୍ରତିଷ୍ଠାତା ସଦସ୍ୟ ରବି ନାରାୟଣ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗଦେଇ କେକ୍ କକ୍ଷଟି କ୍ଳବ୍ର ଉତରୋତର ଉନ୍ନତି କାମନା କରିଥିଲେ। ଏହି ଅବସରରେ ସେ କ୍ଳବ୍ କିଭଳି ଆରମ୍ଭ ହୋଇଥିଲା ଓ ସେତେବେଳେ କ’ଣସବୁ କାର୍ଯ୍ୟ କରିଥିଲା ୪୫ବର୍ଷର ଇତିହାସ ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ପାଣିଗ୍ରାହୀ, କେ. ଜ୍ଞାନ ଦୋରା କ୍ଲବ୍ର ନୀତିନିୟମ ଓ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande