
ଭୁବନେଶ୍ୱର, 30 ଜୁନ୍ (ହି.ସ.)- ମହାନଦୀ
କ୍ଷେତ୍ରରେ ସରକାର ସଫଳତା ହାସଲ କଲେଣି । ଛତିଶଗଡ ବି ବୁଝିଗଲାଣି। ମହାନଦୀ ଉପରେ 50 ପ୍ରତିଶତ ଛତିଶଗଡ ଓ ଓଡ଼ିଶାର ଆବଶ୍ୟକ ରହିଛି ଆଉ
ଅଧିକାର ମଧ୍ୟ ରହିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ
କହିଛନ୍ତି ଯେ, ଜାତୀୟ ୱାଟର କମିଶନ ମଧ୍ୟ ବିଚାର ଆଡ଼କୁ ଆସିଲେଣି । ରାଜ୍ୟର ଆଉ ଅନ୍ୟ ନଦୀ
ଗୁଡିକରେ ବ୍ୟରେଜରେ ବନ୍ଦ ବାନ୍ଧିବା ପାଇଁ ସରକାର ଉଦ୍ୟମ କରିବାକୁ ଯାଉଛନ୍ତି ସରକାର। ବିଭିନ୍ନ
ସରକାର ଚାଲାକି କରିବାକୁ ଯାଇ ଶିଳ୍ପ ଅନୁଷ୍ଠାନ ପାଇଁ ନଦୀ ଗୁଡିକରେ ବାଡ ବାନ୍ଧିଲେ କିନ୍ତୁ
ଚାଷ ପାଇଁ କିଛି କରୁ ନାହାନ୍ତି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା