କେନ୍ଦୁଝର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ
କେନ୍ଦୁଝର, ୩୦ ଜୁନ୍ (ହି.ସ.) - ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବିଶାଳ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ମିନି କନଫରେନ୍ସ ହଲ୍ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଗାମୀ ‘ସ୍ୱତନ୍ତ୍
Spl sagahan


କେନ୍ଦୁଝର, ୩୦ ଜୁନ୍ (ହି.ସ.) - ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବିଶାଳ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ମିନି କନଫରେନ୍ସ ହଲ୍ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଗାମୀ ‘ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ୨୦୨୬’ କାର୍ଯ୍ୟକ୍ରମର ରୂପରେଖ ଓ ସମୀକ୍ଷା ପାଇଁ ଏହି ବୈଠକ ଡକାଯାଇଥିଲା। ଏଥିରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ମତଦାନ ସୁବିଧା ପାଇଁ ନୂଆ ବୁଥ୍ମତଦାନ ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରିବା ପାଇଁ ପ୍ରଶାସନ ପକ୍ଷରୁ ବୁଥ୍ ସଂସ୍କାର କାର୍ଯ୍ୟ କରାଯାଇଛି। ବର୍ତମାନର ୧,୭୨୩ଟି ବୁଥ୍ ସଂଖ୍ୟାରେ ୧୯୨ଟି ନୂଆ ବୁଥ୍ ଯୋଗ କରାଯାଇ ମୋଟ ସଂଖ୍ୟା ୧,୯୧୫ କୁ ବୃଦ୍ଧି କରାଯାଇଛି।

ଜିଲ୍ଲାର ସମସ୍ତ ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୂଆ ବୁଥ୍ ଯୋଗ କରାଯାଇଛି, ସେଗୁଡିକ ହେଉଛି ଚମ୍ପୁଆ: ପୂର୍ବରୁ ୨୫୫ ଥିଲା, ଏବେ ୪୮ଟି ନୂଆ ବୁଥ୍ ମିଶି ମୋଟ ୩୦୩ ହୋଇଛି। ତେଲକୋଇ: ପୂର୍ବରୁ ୩୨୧ ଥିଲା, ଏବେ ୪୩ଟି ନୂଆ ବୁଥ୍ ମିଶି ମୋଟ ୩୬୪ ହୋଇଛି। ଘସିପୁରା: ପୂର୍ବରୁ ୩୦୦ ଥିଲା, ଏବେ ୨୯ଟି ନୂଆ ବୁଥ୍ ମିଶି ମୋଟ ୩୨୯ ହୋଇଛି। କେନ୍ଦୁଝର: ପୂର୍ବରୁ ୨୮୩ ଥିଲା, ଏବେ ୨୬ଟି ନୂଆ ବୁଥ୍ ମିଶି ମୋଟ ୩୦୯ ହୋଇଛି। ଆନନ୍ଦପୁର: ପୂର୍ବରୁ ୨୯୧ ଥିଲା, ଏବେ ୨୪ଟି ନୂଆ ବୁଥ୍ ମିଶି ମୋଟ ୩୧୫ ହୋଇଛି। ପାଟଣା: ପୂର୍ବରୁ ୨୭୩ ଥିଲା, ଏବେ ୨୨ଟି ନୂଆ ବୁଥ୍ ମିଶି ମୋଟ ୨୯୫ ହୋଇଛି।

ଜିଲ୍ଲାରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ବୁଲି କରାଯାଇଥିବା ସର୍ଭେ ପରେ, ମୋଟ ୬୪,୩୯୮ ଜଣ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେବା ପାଇଁ ଚିହ୍ନଟ କରାଯାଇଛି। ବିଭିନ୍ନ କାରଣରୁ ଏହି ନାମଗୁଡ଼ିକୁ ବାଦ୍ ଦିଆଯାଉଛି, ଯେପରି ସର୍ବାଧିକ ୩୧,୨୧୧ ଜଣଙ୍କ ନାମ ମୃତ୍ୟୁବରଣ କରିଥିବା କାରଣରୁ ବାଦ୍ ପଡ଼ିବ। ସେହିପରି ୨୩,୩୮୩ ଜଣ ବ୍ୟକ୍ତି ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଯାଇଥିବାରୁ ତାଙ୍କ ନାମ ତାଲିକାରୁ କଟାଯିବ। ଅନ୍ୟପକ୍ଷରେ, ୫,୨୮୮ ଜଣଙ୍କର ନାମ ଦୁଇଥର ତାଲିକାଭୁକ୍ତ ହୋଇଥିବା ଜଣାପଡ଼ିଥିବା ବେଳେ ୪,୨୬୮ ଜଣ ବ୍ୟକ୍ତି ଅନୁପସ୍ଥିତ ରହିଛନ୍ତି। ଏହା ବ୍ୟତୀତ ଅନ୍ୟାନ୍ୟ କାରଣରୁ ଆଉ ୨୪୮ ଜଣଙ୍କ ନାମକୁ ବାଦ୍ ଦେବା ପାଇଁ ଚିହ୍ନଟ କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚିତ କାର୍ଯ୍ୟକ୍ରମ ଗୁଡିକ ତାରିଖ ଜୁଲାଇ ୫, ୨୦୨୬: ପ୍ରାଥମିକ ଭୋଟର ତାଲିକା ପ୍ରକାଶନ, ଜୁଲାଇ ୫ - ଅଗଷ୍ଟ ୪, ୨୦୨୬: ଦାବି ଓ ଆପତି ଅଭିଯୋଗ ଦାଖଲ, ସେପ୍େଟମ୍ବର ୬, ୨୦୨୬: ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ଧାର୍ଯ୍ୟ କରାଯାଇଛି।

ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳକୁ ସେମାନଙ୍କର ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି, ଯାହାଦ୍ୱାରା ଚୂଡ଼ାନ୍ତ ଭୋଟର ତାଲିକାରେ କୌଣସି ତ୍ରୁଟି ରହିବ ନାହିଁ। ଏଥିସହିତ, ଜନସାଧାରଣ ନିଜର ନାମ ଯାଂଚ କରିବା ଏବଂ କୌଣସି ଅସଙ୍ଗତି ପରିଲକ୍ଷିତ ହେଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଭିଯୋଗ ଦାଖଲ କରିବାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।

ଏହି ବୈଠକରେ (ସାଧାରଣ) ଶ୍ରୀ ମନ୍ଦରଧର ମହାଳିକ,ନିର୍ବାଚନ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ଅରୁଣିମା ସାହୁ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande