ଅଙ୍ଗନୱାଡି କେନ୍ଦ୍ରରୁ ଚୋରି
ଭୁବନ, ୩୦ ଜୁନ୍ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ପଂଚାୟତ ବାଲିବୋ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ୨ ରୁ କେହି ଦୁବୁର୍ତ୍ତ ରାତିରେ ତାଲା କାଟି, ଗ୍ୟାସ ସିଲିଣ୍ଡର ସମେତ ରୋଷେଇ ସାମଗ୍ରୀ ଚୋରି କରିନେଇଥିବା ଜଣାପଡିଛି। କେନ୍ଦ୍ର ସହାୟିକା ଲିଲି ସ୍ୱାଇଁଙ୍କ ଠାରୁ ଖବର ପାଇ ଅଙ୍ଗନୱା
ଗ୍ୟାସ ସିଲିଣ୍ଡର ଚୋରି


ତାଲା ଭଙ୍ଗା


ଭୁବନ, ୩୦ ଜୁନ୍ (ହି.ସ.)-

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ପଂଚାୟତ ବାଲିବୋ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ୨ ରୁ କେହି ଦୁବୁର୍ତ୍ତ ରାତିରେ ତାଲା କାଟି, ଗ୍ୟାସ ସିଲିଣ୍ଡର ସମେତ ରୋଷେଇ ସାମଗ୍ରୀ ଚୋରି କରିନେଇଥିବା ଜଣାପଡିଛି। କେନ୍ଦ୍ର ସହାୟିକା ଲିଲି ସ୍ୱାଇଁଙ୍କ ଠାରୁ ଖବର ପାଇ ଅଙ୍ଗନୱାଡି କର୍ମୀ ଦୀପ୍ତିମୟୀ ସେଠୀ ସୁପରଭାଇଜର ସୋନାଲି ସାହୁଙ୍କୁ ଜଣାଇବା ପରେ ଥାନାରେ ଏତଲା ଦେଇଛନ୍ତି। ଗ୍ୟାସ ସିଲିଣ୍ଡର, ଚୁଲା, ପ୍ରେସର କୁକର, ହାଣ୍ଡି, ଗରା, ବାଲିଟି, ଖାଇବା ଟ୍ରେ, ଗ୍ଲାସ ସମେତ ବହୁ ସାମଗ୍ରୀ ଚୋରି ହୋଇଛି। ଗତକାଲି ରାତିରେ କେଶରପୁର ଅଙ୍ଗନବାଡି କେନ୍ଦ୍ରରୁ ମଧ୍ୟ ଗ୍ୟାସ ସିଲିଣ୍ଡର ଚୋରି ହୋଇଛି। ଅଙ୍ଗନୱାଡି କର୍ମୀ ପ୍ରମିଳା ପଣ୍ଡା ଏନେଇ ଲିଖିତ ଭାବେ ଜଣାଇଛନ୍ତି l ଗତ ମାସରେ ଗଡ଼ନୃସିଂହ ପ୍ରସାଦ, ମୃଦଙ୍ଗା ପଞ୍ଚାୟତର କୁଣ୍ଡା ଅଙ୍ଗନୱାଡି କେନ୍ଦ୍ର ସହିତ ବିଭିନ୍ନ କେନ୍ଦ୍ରକୁ ଟାର୍ଗେଟ କରି ଚୋର ଚୋରି କରୁଛନ୍ତି । ରାଜ୍ୟରେ ଘରୋଇ ଗ୍ୟାସ ସଙ୍କଟ ଅଧିକ ଥିବାବେଳେ ଦୁବୁର୍ତ୍ତଙ୍କ ଟାର୍ଗେଟରେ ଅଙ୍ଗନବାଡି କେନ୍ଦ୍ର ରହୁଛି । ଅପରପକ୍ଷେ ଗ୍ୟାସ ସିଲିଣ୍ଡର ଚୋରି ହୋଇଯିବା ପରେ କୁନି କୁନି ପିଲାମାନେ ପୋଷଣ ଯୁକ୍ତ ଖାଦ୍ୟ ଖାଇବାରେ ବହୁତ ହଇରାଣ, ହରକତ ହେଉଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande