ଜାତୀୟ ରାଜପଥ ଉପରେ ଟ୍ରକ ପାର୍କିଂ, ବଢୁଛି ଦୁର୍ଘଟଣା
କେନ୍ଦ୍ରାପଡା, ୩୦ ଜୁନ୍ (ହି.ସ.)- ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ରାସ୍ତାକାମ ପ୍ରଶସ୍ତିକରଣ କାର୍ଯ୍ୟ ସରିଥିବାବେଳେ ଟ୍ରକ ଚାଳକମାନେ ରାସ୍ତା ଉପରେ ଗାଡି ପାର୍କିଂ କରିବା ଦ୍ୱାରା ଦୁର୍ଘଟଣା ବଢୁଛି । ପଞ୍ଚୁପାଣ୍ଡବ ଠାରୁ ମଶାକଣି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଟ୍ରକ ଚାଳକମାନେ ମନ ମୁତାବ
---------------ଜାତୀୟ ରାଜପଥ ଉପରେ ଟ୍ରକ ପାର୍କିଂ ଦ୍ୱାରା ବଢୁଛି ଦୁର୍ଘଟଣା ।


କେନ୍ଦ୍ରାପଡା, ୩୦ ଜୁନ୍ (ହି.ସ.)- ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ରାସ୍ତାକାମ ପ୍ରଶସ୍ତିକରଣ କାର୍ଯ୍ୟ ସରିଥିବାବେଳେ ଟ୍ରକ ଚାଳକମାନେ ରାସ୍ତା ଉପରେ ଗାଡି ପାର୍କିଂ କରିବା ଦ୍ୱାରା ଦୁର୍ଘଟଣା ବଢୁଛି । ପଞ୍ଚୁପାଣ୍ଡବ ଠାରୁ ମଶାକଣି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଟ୍ରକ ଚାଳକମାନେ ମନ ମୁତାବିକ୍ ଟ୍ରକ୍ ରଖୁଥିବାରୁ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏପରିକି ଜରୁରୀକାଳୀନ ଗାଡି, ଆମ୍ବୁଲାନ୍ସ, ଦମକଳ, ସ୍କୁଲ୍ ଗାଡି ଓ ଅନ୍ୟାନ୍ୟ ଗାଡି ଗୁଡିକ ସମୟ ଭିତରେ ନ ପହଁଚିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଳକମାନେ ରାସ୍ତା ଉପରେ ଗାଡିକୁ ରଖି ଘଣ୍ଟା ଘଣ୍ଟା ଧରି ଗାଡି ଛାଡି ପଳାଉଛନ୍ତି । ଯାହାଫଳରେ ରାତିରେ ଯିବା ଆସିବା ସମୟରେ ମୋଟର ସାଇକେଲ୍ ଆରୋହୀଠାରୁ ଆରମ୍ଭକରି ଅନ୍ୟ ଗାଡି ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଜାତୀୟ ରାଜପଥ ଉପରେ ରଖୁଥିବା ଗାଡି ଗୁଡିକୁ ତୁରନ୍ତ ହଟାଇବା ପାଇଁ ସାଧାରଣ ଜନତାଙ୍କ ପକ୍ଷରୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande