'ହୁଲ୍ ଦିବସ' ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ଅମର ଜନଜାତି ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, 30 ଜୁନ୍ (ହି.ସ.)-: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ''ହୁଲ୍ ଦିବସ'' ଅବସରରେ ଜନଜାତି ଗୌରବ, ସାହସ ଓ ସ୍ୱାଭିମାନର ପ୍ରତୀକ ସମସ୍ତ ଅମର ବଳିଦାନୀଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ ଜଣାଇଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ନ
'ହୁଲ୍ ଦିବସ' ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ଅମର ଜନଜାତି ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର, 30 ଜୁନ୍ (ହି.ସ.)-: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 'ହୁଲ୍ ଦିବସ' ଅବସରରେ ଜନଜାତି ଗୌରବ, ସାହସ ଓ ସ୍ୱାଭିମାନର ପ୍ରତୀକ ସମସ୍ତ ଅମର ବଳିଦାନୀଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ

ଜଣାଇଛନ୍ତି।

ଶ୍ରୀ ପ୍ରଧାନ ସାମାଜିକ

ଗଣମାଧ୍ୟମରେ ପ୍ରକାଶିତ ନିଜ ବାର୍ତ୍ତାରେ କହିଛନ୍ତି ଯେ, 'ହୁଲ୍ ଦିବସ' ଦେଶର ଜନଜାତି ସମାଜର ଅଦମ୍ୟ

ସାହସ, ଆତ୍ମସମ୍ମାନ ଏବଂ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କର ଅମୂଲ୍ୟ

ଅବଦାନକୁ ସ୍ମରଣ କରିବାର ଏକ ଅବସର।

ସେ କହିଛନ୍ତି ଯେ, ସିଦ୍ଧୋ-କାନ୍ହୁ, ଚାନ୍ଦ-ଭୈରବ

ଏବଂ ଫୁଲୋ-ଝାନୋଙ୍କ ପରି ମହାନ ବୀରମାନଙ୍କର ତ୍ୟାଗ, ବଳିଦାନ ତଥା ନିଜ

ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପ୍ରତି ସେମାନଙ୍କର ସମର୍ପଣ ସଦାସର୍ବଦା ଦେଶବାସୀଙ୍କ ପାଇଁ

ପ୍ରେରଣାର ଉତ୍ସ ହୋଇ ରହିବ। ସେ ଆହୁରି କହିଛନ୍ତି ଯେ, ଏହି ଅମର

ସେନାନୀମାନଙ୍କର ଅବଦାନ ଭାରତର ଇତିହାସର ଅମୂଲ୍ୟ ଐତିହ୍ୟ, ଯାହାକୁ

ସର୍ବଦା ସମ୍ମାନ ଓ କୃତଜ୍ଞତାର ସହ ସ୍ମରଣ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande