
ଭୁବନେଶ୍ୱର, 30 ଜୁନ୍ (ହି.ସ.)- କେନ୍ଦ୍ରମନ୍ତ୍ରୀ
ଭୂପେନ୍ଦ୍ର ଯାଦବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି
ଯେ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭୂପେନ୍ଦ୍ର ଯାଦବଙ୍କୁ ଜନ୍ମଦିନର ହାର୍ଦ୍ଦିକ
ଶୁଭେଚ୍ଛା ଓ ଅଭିନନ୍ଦନ।
ପରିବେଶ ସଂରକ୍ଷଣ ଏବଂ
ରାଷ୍ଟ୍ରସେବା ପ୍ରତି ଆପଣଙ୍କ ନିଷ୍ଠା ଓ ସମର୍ପଣ ‘ବିକଶିତ ଭାରତ’ର ସଂକଳ୍ପକୁ ଆହୁରି ସୁଦୃଢ଼
କରୁଛି। ମହାପ୍ରଭୁଙ୍କ ନିକଟରେ ଆପଣଙ୍କ ସୁସ୍ଥ ସ୍ୱାସ୍ଥ୍ୟ, ସୁଦୀର୍ଘ ଓ ସୁଖମୟ ଜୀବନ
କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା