
ଭୁବନେଶ୍ୱର, ୩୦ ଜୁନ୍ (ହି.ସ)- ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ଦିନ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଠାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସୂଚନା ଦେଇଛନ୍ତି। ଏକ୍ସରେ ପୋଷ୍ଟ କରି ସ୍ୱାସ୍ଥ୍ୟମନ୍ତ୍ରୀ ଲେଖିଛନ୍ତି ଆଜି ରାଷ୍ଟ୍ରପତି ଭବନ ଠାରେ ଓଡ଼ିଶାର ଗର୍ବ ଏବଂ ଗୌରବ ତଥା ଭାରତର ମାନନୀୟା ରାଷ୍ଟ୍ରପତି ଶ୍ରୀମତୀm ଦ୍ରୌପଦୀ ମୁର୍ମୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା