
ଭୁବନେଶ୍ୱର, ୩୦ ଜୁନ୍ (ହି.ସ)- ରବି ଋତୁ ପାଇଁ ଧାନ ସଂଗ୍ରହ ଅବଧି ଜୁଲାଇ ୩ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ରବି ଋତୁରେ ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଏଯାଏ ୧୮.୭୯ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି। ୫ ଜିଲ୍ଲାରେ ଧାନ ପଡ଼ି ରହିଥିବାରୁ ସରକାର ଧାନ ସଂଗ୍ରହ ଅବଧି ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା