ସେବା କାଗଜ କଳ ଅବସରପ୍ରାପ୍ତ ଶ୍ରମିକଙ୍କ ଧାରଣା ଦୁଇ ବର୍ଷ ପୁର୍ତ୍ତି, ଆଗକୁ ଜାରି ରହିବ
ଜୟପୁର, ୩୦ ଜୁନ୍ (ହି.ସ.)- ଜୟପୁର ର ଏକ ମାତ୍ର ବୃହତ ଶିଳ୍ପ ସେବା କାଗଜ କଳରେ ଗତ ଦୁଇ ବର୍ଷ ହେଲା ଉତ୍ପାଦନ ବନ୍ଦ ରହିଥିଲା ବେଳେ ଡ୍ୟୁଟିକୁ ଯାଉଥିବା ଶ୍ରମିକ ମାନଙ୍କୁ ଦରମା, ମୃତ ଓ ଅବସରପ୍ରାପ୍ତ ଶ୍ରମିକ ମାନଙ୍କୁ କୈ।ଣସି ପାଉଣା ନାହିଁ। ଠିକାଦାର ଶ୍ରମିକ ମାନଙ୍କୁ ଦରମା ନାହିଁ କି ସେମାନ
ସେବା କାଗଜ କଳ ଅବସରପ୍ରାପ୍ତ ଶ୍ରମିକଙ୍କ ଦଣ୍ଡାୟମାନ ଧାରଣା ଦୁଇ ବର୍ଷ ପୁର୍ତ୍ତି , ଆଗକୁ ଜାରି ରହିବ


ଜୟପୁର, ୩୦ ଜୁନ୍ (ହି.ସ.)- ଜୟପୁର ର ଏକ ମାତ୍ର ବୃହତ ଶିଳ୍ପ ସେବା କାଗଜ କଳରେ ଗତ ଦୁଇ ବର୍ଷ ହେଲା ଉତ୍ପାଦନ ବନ୍ଦ ରହିଥିଲା ବେଳେ ଡ୍ୟୁଟିକୁ ଯାଉଥିବା ଶ୍ରମିକ ମାନଙ୍କୁ ଦରମା, ମୃତ ଓ ଅବସରପ୍ରାପ୍ତ ଶ୍ରମିକ ମାନଙ୍କୁ କୈ।ଣସି ପାଉଣା ନାହିଁ। ଠିକାଦାର ଶ୍ରମିକ ମାନଙ୍କୁ ଦରମା ନାହିଁ କି ସେମାନଙ୍କର ପି ଏଫ୍ ଟଙ୍କା କରିଥିଲେ ମଧ୍ୟ ତାହା ଆଞ୍ଚଳିକ ପି.ଏଫ୍. କମିଶନ ଅଫିସ୍ ବ୍ରହ୍ମପୁରରେ ଜମା ହୋଇନାହିଁ । ଏସମସ୍ତ ସମସ୍ୟାର ସମାଧାନ ପାଇଁ ଏବଂ କାଗଜ କଳକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଅବସରପ୍ରାପ୍ତ ଶ୍ରମିକ ମାନେ ଦୁଇ ବର୍ଷ ହେଲା କାରଖାନା ଗେଟ୍ ସମ୍ମୁଖରେ ପ୍ରତିଦିନ ସକାଳେ ଏକ ଘଣ୍ଟା ଧାରଣା ଦେଇ ଆସୁଛନ୍ତି। ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରି ଜନ ସଚେତନତା ସୃଷ୍ଟି ଏବଂ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ କିନ୍ତୁ ବିଡ଼ମ୍ବନାର ବିଷୟ ସ୍ଥାୟୀ ଓ ସତୁରି ଜଣ ଠିକା ଶ୍ରମିକ ମୃତ୍ୟୁବରଣ କଲେଣି । ସେମାନଙ୍କ ପରିବାର ଅନେଇ ବସିଛନ୍ତି ଆଇନ୍ ଗତ ପ୍ରାପ୍ୟ ପାଇବା ପାଇଁ ।

ବିଲ୍ଟ ସେବା କାଗଜ କଳ ଶ୍ରମିକ ସଂଘ ସଭାପତି ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି ଯେ, ଏହି ଆନ୍ଦୋଳନ ଆଗକୁ ଜାରି ରହିବ ଏବଂ କାରଖାନା ପୂର୍ବଭଳି ଚାଲିବା ପର୍ଯ୍ୟନ୍ତ ବିଭିନ୍ନ ଆନ୍ଦୋଳନାତ୍ମକ ପଦକ୍ଷେପ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଆଯିବ । ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ଯେ, ରାଜ୍ୟ ସରକାର କୋରାପୁଟ ଜିଲ୍ଲାକୁ ଇଣ୍ଡଷ୍ଟ୍ରିଆଲ୍ ହବ୍ କରିବା ପାଇଁ ଘୋଷଣା କରିଛନ୍ତି ଏବଂ ସିମିଳିଗୁଡାରେ ପ୍ଳାଇଉଡ୍ କାରଖାନା କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ସ୍ୱାଗତ କରିବା ସହ ଜୟପୁରର ୨୫୦ ଏକର ଜମିରେ ବନ୍ଦ ଥିବା କାରଖାନାକୁ ଚଲେଇବା ପାଇଁ ମଧ୍ୟ ସରକାର ଧ୍ୟାନ ଦିଅନ୍ତୁ ।

ଧାରଣାରେ ପ୍ରତିଦିନ ସର୍ବଶ୍ରୀ ପ୍ରମୋଦ କୁମାର ମହାନ୍ତି, ସୁଦର୍ଶନ ବିଷୋୟୀ, ଧ୍ରୁବ ଚରଣ ବାରିକ,ବସନ୍ତ ବେହେରା, ସୁବାଷ ବେହେରା, ଧ୍ରୁବ ମଲ୍ଲିକ, ପ୍ରହଲ୍ଲାଦ ମଲ୍ଲିକ ଓ ଅନ୍ୟାନ୍ୟ ଅବସରପ୍ରାପ୍ତ ଶ୍ରମିକମାନେ ପାଳି କରି ଆନ୍ଦୋଳନ ଜାରି ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande