
ଭୁବନେଶ୍ୱର, ୩୦ ଜୁନ୍ (ହି.ସ)- ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ରାସ୍ତା ସମ୍ପ୍ରସାରଣ ଫଳରେ ଦୁଇପାଶ୍ୱର୍ରେ ଥିବା ହଜାର ହଜାର ବୃକ୍ଷ ବଳି ପଡ଼ିବା ସହ ଉଭୟ ପାଶ୍ୱର୍ରେ ଦୋକାନ କରିଥିବା ପାଖାପାଖି ୧ ହଜାରରୁ ଅଧିକ ଉଠାଦୋକାନୀ ବଳି ପଡ଼ିବେ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ଓ ନିଖିଳ ଉତ୍କଳ ସୁରକ୍ଷା କ୍ଷୁଦ୍ର ବ୍ୟବସାୟ ଓ ଭେଣ୍ଡିଂଜୋନ ତରଫରୁ ଏହି ଦୁଇପାଶ୍ୱର୍ରେ ଥିବା ପାଖାପାଖି ୪୦ଟି ସଂଘର ସଭାପତି, ସମ୍ପାଦକ ଓ ସଭ୍ୟମାନଙ୍କୁ ନେଇ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅରୋଭାର ସଭାପତି ପ୍ରତାପ କୁମାର ସାହୁ ଯଦି ରାଜ୍ୟ ସରକାର ଉଠାଦୋକାନୀ ଆଇନ ଅନୁଯାୟୀ ଦୋକାନୀମାନଙ୍କୁ ଥଇଥାନ ନକରି ବିନା କାରଣରେ ଉଚ୍ଛେଦ କରନ୍ତି, ତେବେ ବାଧ୍ୟ ହୋଇ ମହାସଂଘ ରାଜରାସ୍ତାକୁ ଓହ୍ଲାଇବା ସହ ଆସନ୍ତା କର୍ପୋରେସନ ନିର୍ବାଚନରେ ଉଚିତ୍ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ବିଏମ୍ସି ଉଚ୍ଛେଦ ପୂର୍ବରୁ ପ୍ରଥମେ ଥଇଥାନ କରନ୍ତୁ ଏବଂ ଯେଉଁ ଜାଗା ଚିହ୍ନଟ କରାଯାଇଛି ସେ ଜାଗାଗୁଡ଼ିକୁ ଭେଣ୍ଡିଂଜୋନ କରିବା ପାଇଁ ଅନୁମତି ପ୍ରଦାନ କରନ୍ତୁ ବୋଲି ସମ୍ପାଦକ ଦୀପକ ମହାପାତ୍ର କହିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା