
ଭୁବନେଶ୍ୱର, ୩୦ ଜୁନ୍ (ହି.ସ)- ଓଡିଶା ପ୍ରଦେଶ ଗଠନର ପ୍ରମୁଖ୍ୟ କର୍ଣ୍ଣଧାର, ଓଡିଆ ଅସ୍ମିତାର ପ୍ରତିକ, ଉତ୍କଳ ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କୁ ଭାରତରତ୍ନ ପ୍ରଦାନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହାୟତା ଲୋଡିଛି ଉତ୍କଳ ସମ୍ମିଳନୀ । ଉତ୍କଳ ସମ୍ମିଳନୀର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ମଧୁବାବୁଙ୍କୁ ମରଣୋତର ଭାରତରତ୍ନ ପ୍ରଦାନ ପାଇଁ ଆଲୋଚନା କରିଛନ୍ତି । ଉତ୍କଳ ସମ୍ମିଳନୀ ପକ୍ଷରୁ ସମ୍ମିଳନୀର ରାଜ୍ୟ ସଭାପତି ଅଧିବକ୍ତା ଅନନ୍ତ ପ୍ରସାଦ ଜେନା, ଉପ-ସଭାପତି ଡ. ସୁରେନ୍ଦ୍ର ମୋହନ ମିଶ୍ର, ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଓ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ଆଲୋଚନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା