
ଭୁବନେଶ୍ୱର, 30 ଜୁନ୍ (ହି.ସ.)- ଅନ୍ୟଏକ ଏକ ଆୟ
ବହିର୍ଭୂତ ସମ୍ପତ୍ତି ମାମଲାରେ ଭିମସାରର ଷ୍ଟିୱାର୍ଡ ଅଶ୍ୱିନୀ ମେହେରଙ୍କ ୫ଟି ସ୍ଥାନରେ
ଭିଜିଲାନ୍ସ ଚଢ଼ାଉ କରିଛି । ଭିମସାର, ବୁର୍ଲା (ଜିଲ୍ଲା-ସମ୍ବଲପୁର)ର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ
କାର୍ଯ୍ୟରତ ଷ୍ଟିୱାର୍ଡ ଶ୍ରୀ ଅଶ୍ୱିନୀ ମେହେରଙ୍କ ନାମରେ ଜଣାଶୁଣା ଆୟର ଉତ୍ସଠାରୁ ଅଧିକ
ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ
ଏକକାଳୀନ ଚଢ଼ାଉ କରାଯାଉଛି।
ସମ୍ବଲପୁର ଭିଜିଲାନ୍ସର
ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସପି, ୫ ଜଣ
ଇନ୍ସପେକ୍ଟର, ୩ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ
ଓଡ଼ିଶା ଭିଜିଲାନ୍ସ ଟିମ୍ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି
ରଖିଛି । ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭିମସାର ମେଡିକାଲ୍ ଷ୍ଟାଫ୍ କଲୋନୀରେ ଥିବା ସରକାରୀ
ବାସଭବନ, ସମ୍ବଲପୁର ଜିଲ୍ଲା ବୁର୍ଲାର ସୌରଭ ବିହାରରେ ନିର୍ମାଣାଧୀନ ଚାରି ମହଲା ବିଶିଷ୍ଟ
କୋଠାଘର, ସମ୍ବଲପୁର ଜିଲ୍ଲା ବୁର୍ଲାର ପଠାନବନ୍ଧ ଅଞ୍ଚଳରେ ଥିବା ଏକ କୋଠାଘର, ବରଗଡ଼ ଜିଲ୍ଲାର
ଗୋବିନ୍ଦପାଲିରେ ଥିବା ଏକ କୋଠାଘରେ ଭିଜିଲାନ୍ସ ଚଢାଉ କରିଛି । ଭିମସାର, ବୁର୍ଲାର
ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଶ୍ରୀ ଅଶ୍ୱିନୀ ମେହେରଙ୍କ କାର୍ଯ୍ୟାଳୟ
ପ୍ରକୋଷ୍ଠରେ ମଧ୍ୟ ତଲାସି କାର୍ଯ୍ୟ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା