ଝାରସୁଗୁଡ଼ାରେ ଭୋଟର ତାଲିକା ସଂଶୋଧନ ଅଭିଯାନ; ଏପର୍ଯ୍ୟନ୍ତ ୨୮ ପ୍ରତିଶତ ପ୍ରକ୍ରିୟା ଶେଷ
ଝାରସୁଗୁଡ଼ା, ୪ ଜୁନ୍ (ହି.ସ.)- ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଚାଲିଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ’ କାର୍ଯ୍ୟକ୍ରମ ଏବେ ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପକ ଭାବେ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପା
28% verification end


ଝାରସୁଗୁଡ଼ା, ୪ ଜୁନ୍ (ହି.ସ.)- ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଚାଲିଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ’ କାର୍ଯ୍ୟକ୍ରମ ଏବେ ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପକ ଭାବେ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲାର ମୋଟ ୪୩୮୪୩୩ ଜଣ ଭୋଟରଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୮ ପ୍ରତିଶତ ଭୋଟରଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇ ସାରିଲାଣି। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ୦୬-ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବିଭିନ୍ନ ବୁଥ୍ ପରିଦର୍ଶନ କରି ଏନୁମେରେସନ ଫର୍ମ ବଣ୍ଟନ କାର୍ଯ୍ୟର ପ୍ରତ୍ୟକ୍ଷ ସମୀକ୍ଷା ଓ ତଦାରଖ କରୁଛନ୍ତି।

ଅପରପକ୍ଷେ, ଉପ-ଜିଲ୍ଲାପାଳ ତଥା ଆଇ ଆର ଓ ୦୭-ଝାରସୁଗୁଡ଼ା ସବ୍ୟସାଚୀ ପଣ୍ଡା ମଧ୍ୟ ଝାରସୁଗୁଡ଼ା ପୌରାଞ୍ଚଳର ବିଭିନ୍ନ ବୁଥ୍ରେ ଏହି ପ୍ରକ୍ରିୟାର ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ବିଏଲଓ ମାନଙ୍କ ଦ୍ୱାରା ଭୋଟରମାନଙ୍କୁ ସୂଚନା ସଂଗ୍ରହ ପାଇଁ ଏନୁମେରେସନ ଫର୍ମ ବଣ୍ଟନ କରାଯାଉଛି। ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ଘରକୁ ଘର ବୁଲି ଏହି ଫର୍ମ ବଣ୍ଟନ ପ୍ରକ୍ରିୟା ଜାରି ରହିଛି, ଯାହା ମାଧ୍ୟମରେ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୧,୨୨,୭୬୧ଟି ଏନୁମେରେସନ ଫର୍ମ ବଣ୍ଟନ କରାଯାଇସାରିଛି।

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯଥା ଆଦିବାସୀ ଅଧ୍ୟୁଷିତ, ଦୁର୍ଗମ ଅଞ୍ଚଳ ସମେତ ସହର ଓ ଗ୍ରାମାଞ୍ଚଳର ପ୍ରତିଟି ଘରକୁ ଯାଇ ବିଏଲଓମାନେ ପରିଗଣନା ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କାର୍ଯ୍ୟ ଜାରି ରଖିଛନ୍ତି। ଭୋଟର ତାଲିକାକୁ ସ୍ୱଚ୍ଛ, ତ୍ରୁଟିଶୂନ୍ୟ ଓ ସଂଶୋଧିତ କରିବା ପାଇଁ ସ୍ଥାନୀୟ ରାଜନୈତିକ ଦଳ ପକ୍ଷରୁ ନିଯୁକ୍ତ ବୁଥ୍ ସ୍ତରୀୟ ଏଜେଣ୍ଟ ମାନେ ମଧ୍ୟ କ୍ଷେତ୍ର ସ୍ତରରେ ବିଏଲଓମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande