ବଗଡ଼ା ପଞ୍ଚାୟତରେ ବିଜେପିର ସାଙ୍ଗଠନିକ ମିଶ୍ରଣ ପର୍ବ
କେନ୍ଦ୍ରାପଡ଼ା, ୭ ଜୁନ୍ (ହି.ସ.)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବଗଡ଼ା ପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ପଞ୍ଚାୟତ ସଭାପତି ଚୟନ ଓ ସାଙ୍ଗଠନିକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି | ଶୁକ୍ରବାର ସନ୍ଧ୍ୟାରେ ବଗଡ଼ା ହାଇସ୍କୁଲ ପଡିଆରେ ବରିଷ୍ଠ ନେତା ସୁରେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠ
ବଗଡ଼ା ପଞ୍ଚାୟତରେ ବିଜେପିର ସାଙ୍ଗଠନିକ ମିଶ୍ରଣ ପର୍ବ


କେନ୍ଦ୍ରାପଡ଼ା, ୭ ଜୁନ୍ (ହି.ସ.)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବଗଡ଼ା ପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ପଞ୍ଚାୟତ ସଭାପତି ଚୟନ ଓ ସାଙ୍ଗଠନିକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି | ଶୁକ୍ରବାର ସନ୍ଧ୍ୟାରେ ବଗଡ଼ା ହାଇସ୍କୁଲ ପଡିଆରେ ବରିଷ୍ଠ ନେତା ସୁରେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାନସଭା କ୍ଷେତ୍ରର ବରିଷ୍ଠ ନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଣ୍ଡଳ ସଭାପତି ବାସୁଦେବ ତ୍ରିପାଠୀ, ଜିଲ୍ଲା କୋଷାଧକ୍ଷା ସସ୍ମିତା ସାହୁ, ନାରୀନେତ୍ରୀ ବିଷ୍ନୁପ୍ରିୟା ମହାପାତ୍ର, ପଞ୍ଚାୟତ ପ୍ରଭାରୀ ଅଂଶୁମାନ ଦାସ ଓ ମଣ୍ଡଳ ସମ୍ପାଦକ ପ୍ରଭାତ ରଞ୍ଜନ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସୁସଶାନ ତଥା ଭାଜପାର ରାଷ୍ଟ୍ରବାଦୀ ରାଜନୀତିକ ଆଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ | ଏହି ଅବସରରେ ପଞ୍ଚାୟତର ସମସ୍ତ ୱାର୍ଡରୁ ଯୋଗ ଦେଇଥିବା ସହସ୍ରାଧିକ କର୍ମୀଙ୍କ ସହମତି କ୍ରମେ ଯୁବ ସଙ୍ଗଠକ ରାମଚନ୍ଦ୍ର ପ୍ରଧାନଙ୍କୁ ପଞ୍ଚାୟତର ସାଙ୍ଗଠନିକ ସଭାପତି ଭାବେ ମନୋନୀତ କରାଯାଇଥିଲା | ରାଜ୍ୟ ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟକୁ କାର୍ଯ୍ୟକାରୀ କରି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବା ଦିଗରେ ଉପସ୍ଥିତ କର୍ମକର୍ତ୍ତାମାନେ ସଂକଳ୍ପବଦ୍ଧ ହୋଇ ସଂକଳ୍ପପାଠ କରିଥିଲେ | ଉକ୍ତ ସଭାରେ ୮ନଂ ଜୋନର ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟା ତଥା ପୂର୍ବତନ ବଗଡ଼ା ସରପଞ୍ଚ ଶ୍ରୀମତୀ ସାହୁ ଅତିଥି ଭାବେ ଯୋଗ ଦେବ ସହ ତାଙ୍କର ଶତାଧିକ ସମର୍ଥକ ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିଲେ |

ଉକ୍ତ ସାଙ୍ଗଠନିକ ମିଶ୍ରଣ ପର୍ବରେ ବଗଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ସୁଶାନ୍ତ କୁମାର ସାହାଣୀ, ପ୍ରାକ୍ତନ ୱାର୍ଡ ସଭ୍ୟ ରଘୁନାଥ ପରିଡା, ୱାର୍ଡ ସଭ୍ୟା ମଧୁସ୍ମିତା ସାହୁ, ପୁରୁଷୋତ୍ତମ ବିଶ୍ୱାଳ ପ୍ରମୁଖ ଓ ସମର୍ଥକ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ସେଠୀ ଦଳୀୟ ଟୋପି, ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ | କାର୍ଯ୍ୟକ୍ରମକୁ ବଗଡ଼ା ସମବାୟ ସମିତି ନିର୍ଦେଶକ ଖଗେଶ୍ଵର ସ୍ବାଇଁଙ୍କ ସହିତ ଅକ୍ଷୟ ମହାନ୍ତି ପରିଚାଳନା କରିଥିଲେ |ପୂର୍ବତନ ପଞ୍ଚାୟତ ସଭାପତି ଟୁବୁଲା ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande