
ବଲାଙ୍ଗିର, 07 ଜୁନ୍ (ହି.ସ.)
ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିଲେଟପଡା ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାଷି ମାଧ୍ୟମରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଶିବାଜୀ ଇସଲୱାର ବଲାଙ୍ଗିର ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁଇଁନ୍ତଲା ରତ୍ନମଣୀ ପୁରୋହିତ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସାଂସଦ ଙ୍କ ପ୍ରତିନିଧି ରାଜ କିଶୋର ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଛମନ ପ୍ରଧାନ, ଆଟଗାଁ ସରପଂଚ ସାଲିନି ସେଠ, ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ ଗିତାଞ୍ଜଳି ସାହୁ, ଶିକ୍ଷାବିତ୍ ହରିଶ୍ଚନ୍ଦ୍ର ସାହୁ ଓ ଆଟଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଜ୍ୟୋସ୍ନା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଯୁବରାଜ ନାଏକ ସଭାପତିତ୍ୱ କରିଥିଲେ । ସିଲେଟପଡାର ସମସ୍ତ ଗ୍ରାମବାସୀ, ଆଟଗାଁ କ୍ଲଷ୍ଟର ର ସମସ୍ତ ଶିକ୍ଷକ ସଫଳ ରୂପାୟନରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ