ଥାଇଲାଣ୍ଡରେ ଫସିଛନ୍ତି ଚାରି ଓଡ଼ିଆ ଶ୍ରମିକ
କେନ୍ଦ୍ରାପଡା, ୪ ଜୁନ୍ (ହି.ସ.)- ଭୋକ ଉପବାସରେ କଟୁଛି ଜୀବନ, ପାଖରେ ନାହିଁ ପାସପୋର୍ଟ, ଚାରିମାସ ହେବ ମିଳୁନି ଦରମା.. ଘରକୁ ଫେରାଇ ଆଣିବାକୁ ସରକାରଙ୍କୁ ଆକୁଳ ନିବେଦନ କଲେ ଶ୍ରମିକ। ନିଜ ପରିବାର ପ୍ରତିପୋଷଣ କରିବା ସହିତ ପରିବାର ମୁହଁରେ ଦାନା ଦେଇ ହସ ଫୁଟାଇବା ଲାଗି ଦାଦନ ଖଟିବାକୁ ଯାଇ ଥାଇଲ
---------------ଥାଇଲାଣ୍ଡ ରେ ଫସିଛନ୍ତି ଚାରି ଓଡ଼ିଆ ଶ୍ରମିକ,


କେନ୍ଦ୍ରାପଡା, ୪ ଜୁନ୍ (ହି.ସ.)- ଭୋକ ଉପବାସରେ କଟୁଛି ଜୀବନ, ପାଖରେ ନାହିଁ ପାସପୋର୍ଟ, ଚାରିମାସ ହେବ ମିଳୁନି ଦରମା.. ଘରକୁ ଫେରାଇ ଆଣିବାକୁ ସରକାରଙ୍କୁ ଆକୁଳ ନିବେଦନ କଲେ ଶ୍ରମିକ।

ନିଜ ପରିବାର ପ୍ରତିପୋଷଣ କରିବା ସହିତ ପରିବାର ମୁହଁରେ ଦାନା ଦେଇ ହସ ଫୁଟାଇବା ଲାଗି ଦାଦନ ଖଟିବାକୁ ଯାଇ ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡ଼ା ରାଜକନିକା ଓ ଆଳି ବ୍ଲକ ର ଚାରି ଓଡ଼ିଆ ଶ୍ରମିକ l ଚାରିମାସ ହେବ ମିଳୁନି ଟଙ୍କା, ଭୋକ ଉପବାସରେ କଟୁଛି ଶ୍ରମିକଙ୍କ ଜୀବନ, ପାଖରେ ନାହିଁ ପାସପୋର୍ଟ, କାମକୁ ନ ଗଲେ ପୋଲିସରେ ଧରାଇ ଦେବା ସହ ହତ୍ୟା ଧମକ ଦେଉଛି କମ୍ପାନୀର ମାଲିକ ବୋଲି ଅଭିଯୋଗ କରିଛନ୍ତି ଶ୍ରମିକ l ଘରକୁ ଫେରିବାକୁ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ଚାରି ଓଡ଼ିଆ ଶ୍ରମିକ l

ସୂଚନା ଅନୁସାରେ ରାଜକନିକା ବ୍ଲକ ର ଗୋବlଙ୍ଗ ଗାଁ ର କ୍ଷୀରୋଦ ଦାସ, ପୋଇଝlରିଆ ଗାଁ ର ମନୋଜ ମଲିକ, ନହୁଣୀ ଗାଁ ର କୈଳାଶ ସେଠି, କନିକା ବ୍ଲକ ର ମହୁରୀ ଗାଁ ର ନିତ୍ୟାନନ୍ଦ ମଳିକ ଓ ଉତ୍ତର ପ୍ରଦେଶ ର ପସି ରାଜକୁମଦl ଏହି ପାଞ୍ଚ ଜଣ ଶ୍ରମିକ ଥାଇଲାଣ୍ଡର କବିନ ବୁରୀ ଜିଲ୍ଲାର ସlନଭି ଭିନର ପ୍ଲାଇବୋଡ଼ କମ୍ପାନୀରେ ବର୍ଷେ ରୁ ଉର୍ଦ୍ଧ ହେବା କାମ କରୁଛନ୍ତି l ଏମାନଙ୍କୁ କମ୍ପାନୀର ମାଲିକ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ ନେଇଥିଲା l ପ୍ରଥମେ ୯ ହେବ ଠିକ୍ ଭାବେ ଦରମା ଦେଇ ଦେଉଥିଲା l ହେଲେ ଏବେ ଚାରିମାସ ଆମକୁ ଦରମା ଦେଉ ନାହିଁ, ଆମ ପାଖରେ ଖାଇବାକୁ ରାସନ ନାହିଁ, ଓଳିଏ ଖାଇଲେ ଓଳିଏ ଉପବାସ, କୈଳାଶ ମଳିକଙ୍କ ହାତ ଗୋଡ଼ ଫୁଲିବା ସହ ଦେହ ଅସୁସ୍ଥ ରହୁଛି ତାଙ୍କୁ ମେଡିକାଲ ନେଉ ନାହିଁ ମlଲିକ, ଆମ ପାଖରେ ଟଙ୍କାଟିଏ ନାହିଁ l ମନୋଜ ମଲିକଙ୍କ ଜେଜେ ମାଙ୍କ ମୃତ୍ୟୁ ହୋଇଯାଇଛି, ସେ ଶୁଦ୍ଧି ହେବା ଲାଗି କହିବାରୁ ମାଲିକ କହୁଛି ତୁମର ପାସପୋର୍ଟ ଓ ଭିସା ସରିଯାଇଛି, ତୁମେ ଟଙ୍କା ଦେଲେ ଛାତ୍ର ପାସପୋର୍ଟ କରି ତୁମକୁ ପଠାଇବାର ବ୍ୟବସ୍ଥା କରାଯିବ l କାମକୁ ନ ଗଲେ ପୋଲିସକୁ ଧରାଇ ଦେବା ସହ ହତ୍ୟା ଧମକ ଦେଉଛି ମାଲିକ ବୋଲି ଶ୍ରମିକମାନେ କହିଛନ୍ତି l ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କୁ ଘରକୁ ଫେରାଇ ଆଣିବାକୁ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ଶ୍ରମିକ ମାନେ l

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande