ଶୁଦ୍ଧିକର୍ମ ପାଇଁ -ବାପା ମା ଛେଉଣ୍ଡ ୨କନ୍ୟାଙ୍କୁ ମିଳିଲା ସହାୟତା
କେନ୍ଦ୍ରାପଡ଼ା, ୦୪ ଜୁନ୍(ହି.ସ.) – ବାପା ମା ଛେଉଣ୍ଡ ଦୁଇ କନ୍ୟା ନିଜ ବାପାଙ୍କ ଶୁଦ୍ଧିକର୍ମ ପାଇଁ ଭିକ୍ଷାବୃତି କରିବା ଖବର ନନ୍ଦୀ ଲାଇଭରେ ପ୍ରସାରଣ ପରେ ପ୍ରଶାସନର ସହାୟତା ଅସହାୟ ପରିବାରଙ୍କୁ ପ୍ରଦାନ କରାଯାଇଛି! କେନ୍ଦ୍ରାପଡ଼ା ଜିଲ୍ଲାପାଳ ଡେରାବିଶ ବିଡ଼ିଓ ତହସିଲଦାର ଙ୍କ ସମେତ କେନ୍ଦ୍ରାପଡ଼ା ସାଂ
--ଶୁଦ୍ଧିକର୍ମ ପାଇଁ -ବାପା ମା ଛେଉଣ୍ଡ ୨କନ୍ୟାଙ୍କୁ ମିଳିଲା ସହାୟତା


କେନ୍ଦ୍ରାପଡ଼ା, ୦୪ ଜୁନ୍(ହି.ସ.) – ବାପା ମା ଛେଉଣ୍ଡ ଦୁଇ କନ୍ୟା ନିଜ ବାପାଙ୍କ ଶୁଦ୍ଧିକର୍ମ ପାଇଁ ଭିକ୍ଷାବୃତି କରିବା ଖବର ନନ୍ଦୀ ଲାଇଭରେ ପ୍ରସାରଣ ପରେ ପ୍ରଶାସନର ସହାୟତା ଅସହାୟ ପରିବାରଙ୍କୁ ପ୍ରଦାନ କରାଯାଇଛି! କେନ୍ଦ୍ରାପଡ଼ା ଜିଲ୍ଲାପାଳ ଡେରାବିଶ ବିଡ଼ିଓ ତହସିଲଦାର ଙ୍କ ସମେତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିଧାୟକ ଅରବିନ୍ଦ ମହାପାତ୍ର ଜିଲ୍ଲାର ସାମାଜିକ କର୍ମୀ ସ୍ୱଚ୍ଛାସେବୀ ସଂଗଠନ ଶୁଦ୍ଧିକର୍ମ ପାଇଁ ଆର୍ଥୀକ ସହାୟତା କରିଛନ୍ତି ! ଏହି ଦୁଖଃଦ ଖବର କେନ୍ଦ୍ରାପଡ଼ା ଜିଲ୍ଲାରେ ଜିଲ୍ଲାର ସାଧାରଣ ଜନତାଙ୍କୁ ବ୍ୟଥିତ କରିଛି! କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଇନ୍ଦାଳ ପଂଚାୟତ ଅନ୍ତର୍ଗତ ଅଡ଼ଙ୍ଗା ଗ୍ରାମର ଗୌତମ ଜେନାଙ୍କ ପରିବାରର ଦୁଃଖ କାହାଣୀ ! ଗୌତମ ଜଣେ କଳାକାର ହୋଇଥିବା ବେଳେ ତେଲିଙ୍ଗି ବାଜା ବଜାଇ ନିଜର ପରିବାର ଗୁଜୁରଣ ମେଂଟାଉଥିଲେ! ତେବେ ଗତ ୯ ଦିନ ତଳେ ଗରଦପୁରରୁ ବଜା ବଜାଇ ସାରି ନିଜ ଗାଁକୁ ଫେରିବା ବାଟରେ ତାଙ୍କର ଅଂଶୁଘାତରେ ଜୀବନ ଚାଲିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ! ତେବେ ଘରେ ଦୁଇ ଝିଅ ସୋନି ଓ ରୋନି ବାପା ଗୌତମଙ୍କ ଦେହାନ୍ତ ପରେ ବେସାହାରା ହୋଇପଡିଥିଲେ! ଏହି ଖବର ନନ୍ଦୀ ଲାଇଭରେ ପ୍ରସାରଣ ପରେ ପ୍ରଶାସନ ଓ ରାଜନେତା ମାନେ ଅସହାୟ ନାଁ ବାଳିକା କନ୍ୟା ସୋନି ଓ ରୋନିଙ୍କୁ ଆର୍ôଥକ ସହାୟତା କରିବା ସହ ସମସ୍ତ ସୁବିଧା ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ! ତେବେ ଗ୍ରାମବାସୀମାନେ ନନ୍ଦୀଲାଇଭର ଖବର କୁ ଧନ୍ୟବାଦ ଜଣାଇଛନ୍ତି!

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande