ଭଦ୍ରକ ଡିଷ୍ଟ୍ରକ୍ଟ ସାଇକ୍ଲିଂ ଆସୋସିଏସନ (ବିଡିସିଏ) ଦ୍ୱାରା ବିଶ୍ୱ ସାଇକ୍ଲିଂ ଦିବସ ପାଳିତ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଶୁଭେଚ୍ଛା ସହ ସଚେତନତାର ବାର୍ତା ଦେଲେ ଜାତୀୟ ସାଇକ୍ଲିଷ୍ଟ
ଭଦ୍ରକ, ୪ ଜୁନ୍ (ହି.ସ.) - ଭଦ୍ରକ ଡିଷ୍ଟ୍ରିକ୍ଟ ସାଇକ୍ଲିଂ ଆସୋସିଏସନ(ବିଡିସିଏ)ର ସାଇକ୍ଲିଷ୍ଟ ମାନଙ୍କ ଦ୍ୱାରା ଆଜି ବିଶ୍ୱ ସାଇକ୍ଲିଂ ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଳା ସାଇକ୍ଲିଂ ସଂଘର ସଂପାଦକ ତଥା ମୁଖ୍ୟ କୋଚ ମନୋରଂଜନ ବାରିକଙ୍କ ସଂଯୋଜନୋର ଆୟୋଜିତ ଏକ ବିରାଟ ସାଇକ୍ଲିଂ ଶୋଭାଯାତ୍ରାରେ
BISWA CYCLE DIVAS


ଭଦ୍ରକ, ୪ ଜୁନ୍ (ହି.ସ.) - ଭଦ୍ରକ ଡିଷ୍ଟ୍ରିକ୍ଟ ସାଇକ୍ଲିଂ ଆସୋସିଏସନ(ବିଡିସିଏ)ର ସାଇକ୍ଲିଷ୍ଟ ମାନଙ୍କ ଦ୍ୱାରା ଆଜି ବିଶ୍ୱ ସାଇକ୍ଲିଂ ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଳା ସାଇକ୍ଲିଂ ସଂଘର ସଂପାଦକ ତଥା ମୁଖ୍ୟ କୋଚ ମନୋରଂଜନ ବାରିକଙ୍କ ସଂଯୋଜନୋର ଆୟୋଜିତ ଏକ ବିରାଟ ସାଇକ୍ଲିଂ ଶୋଭାଯାତ୍ରାରେ ବିଡିସିଏର ବହୁ ଜାତୀୟ ଏବଂ ରାଜ୍ୟସ୍ତରୀୟ ସାଇକ୍ଲିଷ୍ଟ ଆଦମପୁର ମିନି ଷ୍ଟାଡିୟମରୁ ବାହାରି ପ୍ରାୟ ୨୦ କିମି ପର୍ଯ୍ୟନ୍ତ ଭଦ୍ରକ ସହର ପରିକ୍ରମା କରି ସଚେତନତାର ବାର୍ତା ଦେଇଥିଲେ । ସାଇକ୍ଲିଂ କର ନିରୋଗ ରୁହ , ସାଇକ୍ଲିଂ ସ୍ୱାସ୍ଥ୍ୟ ପକ୍ଷେ ଅମୃତ ସମାନ ବୋଲି ବିଶ୍ୱ ସାଇକ୍ଲିଂ ଦିବସ ଅବସରରେ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତଙ୍କୁ ସାକ୍ଷାତ କରି ଖେଳାଳୀ ମାନେ ଶୁଭେଚ୍ଛା ମାଧ୍ୟମରେ ବାର୍ତା ଜଣାଇଛନ୍ତି । ଆଜିର ଏହି ବିଶ୍ୱ ସାଇକ୍ଲିଂ ଦିବସ ପାଳନ ଅବସରରେ ବିଡିସିଏ ତରଫରୁ ଆଦମପୁର ମିନି ଷ୍ଟାଡିୟମ ଠୋର କୋଚ ମନୋରଂଜନ ବାରିକଙ୍କ ସଂଯୋଜନା ଏବଂ ସଭାପତି ଅପୂର୍ବ ରଂଜନ ବେହେରାଙ୍କ ଆବାହାକତ୍ୱରେ ଆୟୋଜିତ ଏକ ସଭାରେ ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରିଡା ଅଧିକାରୀ ଦେବବ୍ରତ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଦୈତାରୀ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ୟଙ୍ଗସ ୟୁନାଇଟେଡ କ୍ଲବର ଉପଦେଷ୍ଟା ପୂର୍ଣ୍ଣର୍ଚନ୍ଦ୍ର ଖିଲାର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାତ ଖିଲାର , ଏଡିଇଓ ଅରୁଣ ପଲ୍ଲାଇ, ସମାଜସେବୀ ନବନ୍ୱିତା ନାୟକ ପ୍ରମୁଖ ଯୋଗ ଦେଇ ଭଦ୍ରକ ଡିଷ୍ଟ୍ରିକ୍ଟ ସାଇକ୍ଲିଂ ଆସୋସିଏସନର ସାଇକ୍ଲିଷ୍ଟମାନଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନ୍ଦର ପ୍ରଦଶର୍ନକୁ ଭୟଂଶୀ ପ୍ରଶଂସା କରିଥିଲେ । ସଭା ପରେ ମୁଖ୍ୟ ଅତିଥିମାନଙ୍କ ଦ୍ୱାରା ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଜ୍ୟ ଓ ଜିଲ୍ଲାପାଇଁ ସୁନାମ ଆଣିଥିବା ସାଇକ୍ଲିଷ୍ଟ ମନୀଷା ସାହୁ , ସସ୍ମିତା ପଣ୍ଡା, ସତ୍ୟଜିତ ଗୋଚ୍ଛାୟତ, ଆକାଶ ଯେନା, ରୁଦ୍ର ନାରାୟଣ ବେହେରା, କୋଚ ଅଜୟ ବିଶ୍ୱାସ, ମନୋଜ ପେରେଇ ମାନଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରେ ଉପସଭାପତି ସୁଶାନ୍ତ କୁମାର ଯେନା ଧନ୍ୟବାଦ ଅପର୍ଣ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande