
ଜୟପୁର, ୪ ଜୁନ୍ (ହି.ସ.)- ଆଜି ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କ୍ୟାମ୍ପ କୋର୍ଟ ଓ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆୟୋଗର ଅଧ୍ୟକ୍ଷା ଓ ସଦସ୍ୟମାନଙ୍କ ଉପସ୍ଥିତିରେ ଶିଶୁ ଅଧିକାର ସୁରକ୍ଷା, ଶିକ୍ଷା, ଶିଶୁ କଲ୍ୟାଣ ଏବଂ ଅନ୍ୟାନ୍ୟ ସମ୍ପର୍କିତ ବିଷୟକୁ ନେଇ ଶୁଣାଣି କରାଯାଇଥିଲା। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଶିଶୁମାନଙ୍କ ଅଧିକାର ସୁରକ୍ଷା ଓ ସେମାନଙ୍କ ସମ୍ପର୍କିତ ଅଭିଯୋଗର ତଦନ୍ତ ଓ ସମାଧାନ ପାଇଁ କାର୍ଯ୍ୟ କରୁଛି। ଏହି କାର୍ଯ୍ୟକ୍ରମରେ ଓଏସସିପିସିଆର୍ ଅଧକ୍ଷା ବବିତା ପାତ୍ର , ଓଏସସିପିସିଆର୍ ସଦସ୍ୟା ସୁଜାତା ନାୟକ , କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ,, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), କୋରାପୁଟ ତପନ କୁମାର ନାୟକ, ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଆଇନ ପରାମର୍ଶ ଦାତା ଶ୍ରୀ ଅବଦୁଲ ରେହେମାନ ପ୍ରମୁଖ ମଞ୍ଚାସୀନ ଥିଲେ ।କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଭିଯୋଗକାରୀମାନେ ନିଜ ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ। ଅଧିକାଂଶ ଅଭିଯୋଗ ବିଭିନ୍ନ ବିଦ୍ୟାଳୟ ସହ ଜଡିତ ଥିବାବେଳେ, ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ସୁବିଧା ରାଶାନ କାର୍ଡ ନ ମିଳିବା, ଭତ୍ତା ଏବଂ ଶିଶୁମାନଙ୍କ ଅଧିକାର ସମ୍ପର୍କିତ ବିଭିନ୍ନ ସମସ୍ୟା ଉପରେ ଆୟୋଗ ଶୁଣାଣି କରିଥିଲେ। ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଆୟୋଗ ପକ୍ଷରୁ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ସ୍ନେହପ୍ରଭା ମାଝୀ, ଜୟପୁର ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ତୃପ୍ତି ବୋରେଇ,ଜୟପୁର ଉପ ଜିଲ୍ଲାପାଳ ଯଦୁମଣି ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚୀ ଜେନା, ଜିଲ୍ଲା ଶିକ୍ଷାଧିକାରୀ କୋରାପୁଟ ପ୍ରଶାନ୍ତ କୁମାର ମହାନ୍ତି, ଜିଲା ମଙ୍ଗଳ ଅଧିକାରୀ କୋରାପୁଟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସଙ୍ଗୀତ। ରାଣୀ ପାଣି , ଚେୟାରପର୍ସନ୍ ଶିଶୁ ମଙ୍ଗଳ ସମିତିର ଡା. ଗାୟତ୍ରୀ ଦେବୀ, ସଦସ୍ୟ ଶ୍ରୀ ସୁରେନ୍ଦ୍ର କରଣ ଏବଂ ସଦସ୍ୟା ଶିବାନୀ ପାତ୍ର, ପୁଲିସ ବିଭାଗର ଅଧିକାରୀ ତଥା ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଜନଶୁଣାଣି ସମୟରେ ଉଠିଥିବା ବିଭିନ୍ନ ଅଭିଯୋଗ ଓ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଆୟୋଗ ପକ୍ଷରୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ଏହି ଜନଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ସ୍ୱାର୍ଥ ସୁରକ୍ଷା ଓ ସେମାନଙ୍କ ସମସ୍ୟାର ଶୀଘ୍ର ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି