ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର କ୍ୟାମ୍ପ
ଜୟପୁର, ୪ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ତତ୍ତ୍ୱବଧାନରେ ଆଜି ଜୟପୁର ଉପଜିଲ୍ଲାପାଳ କର୍ଯ୍ୟ୍ୟାଳୟ ପରିସରରେ ର ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଥିଲା | ଉକ୍ତ କ୍ୟାମ୍ପରେ ମୋଟ
ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର କ୍ୟାମ୍ପ


ଜୟପୁର, ୪ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ତତ୍ତ୍ୱବଧାନରେ ଆଜି ଜୟପୁର ଉପଜିଲ୍ଲାପାଳ କର୍ଯ୍ୟ୍ୟାଳୟ ପରିସରରେ ର ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଥିଲା | ଉକ୍ତ କ୍ୟାମ୍ପରେ ମୋଟ ୨୩୮ ଜଣ ସୁରକ୍ଷା ଏବଂ ଯତ୍ନ ଆବଶ୍ୟକ କରୁଥିବା ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନା କରାଯାଇଥିଲା | ଶିଶୁମଙ୍ଗଳ ସମିତିର ତଦନ୍ତ ସମାପ୍ତ ପରେ ସେହି ଶିଶୁମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାରେ ସାମିଲ କରାଯାଇ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରି ସେମାନଙ୍କ ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରାଯିବ | କୋରାପୁଟ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, କୋରାପୁଟ, ଆଇସିଡ଼ିଏସ ଜୟପୁର ଏବଂ ଜୟପୁର ସବ ଡିଵିଜନ ଏବଂ ବ୍ଲକ ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ଉକ୍ତ କ୍ୟାମ୍ପର ଆୟୋଜନ କରାଯାଇଥିଲା | ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷା ଗାୟତ୍ରୀ ଦେବି ଏବଂ ସଦସ୍ୟ /ସଦସ୍ୟା ଉପସ୍ଥିତ ରହି ଶିଶୁ ମାନଙ୍କ ଉପସ୍ଥାପନା ନେଇଥିଲେ | ଜିଲ୍ଲାଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା, ଉତ୍କଳ ବାଳାଶ୍ରମ ର ସୁପେରିଣ୍ଟେଣ୍ଡେଣ୍ଟ, ଶୋଭା ଏନଜିଓ ର କର୍ମକର୍ତ୍ତା, ଚାଇଲଡ ହେଲ୍ପ ଲାଇନ ର କର୍ମକର୍ତ୍ତା ଏବଂ ଅଙ୍ଗନବାଡି କର୍ମୀ ଉକ୍ତ କାର୍ଯ୍ୟକ୍ରମକୁ ପରି ଚାଲନରେ ସହାୟକ କରିଥିଲେ |ଏହି ସ୍ୱତନ୍ତ୍ର କ୍ୟାମ୍ପ ଗୁଡିକ କୋରାପୁଟ ଜିଲ୍ଲାର ପ୍ରତ୍ୟକ ବ୍ଲକରେ ଜିଲ୍ଲାପାଳଙ୍କ ନିର୍ଦ୍ଧାରିତ କାର୍ଯ୍ୟସୁଚି ଅନୁସାରେ ବ୍ଲକ ର ସିଡିପିଓ , ବିଡ଼ିଓ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଉକ୍ତ କ୍ୟାମ୍ପଗୁଡିକରେ ଉପସ୍ଥିତ ରହି ତଦନ୍ତ ମାଧମରେ ଶିଶୁମାନଙ୍କ ଉପଯୁକ୍ତ ଥଇଥାନ ପାଇଁ ସହଯୋଗ କରିବେ | ପ୍ରଥମ ପର୍ଯ୍ୟାୟରେ ଉକ୍ତ କ୍ୟାମ୍ପ ଗୁଡିକ ୧୨ ମଇରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande