
କେନ୍ଦ୍ରାପଡ଼ା, ୦୪ ଜୁନ୍(ହି.ସ.) – ଏଥର କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ରଥଯାତ୍ରା ପାଇଁ ରଥ ଖଳାରେ ବ୍ରହ୍ମ ତାଳଧୋଜ ରଥ ଗଢ଼ା ନିର୍ମାଣ କାର୍ୟ୍ୟ ଜୋରଦାର! ୨୩ଜଣ ମହାରଣା ସେବାୟତଙ୍କ ଦ୍ୱାରା ସୁରୁଖୁରୁରେ ଚାଲୁରହିଛି ରଥ! ପବିତ୍ର ତୁଳସୀ କ୍ଷେତ୍ରର କ୍ଷେତ୍ରଧିପତୀ ବଳଦେବଙ୍କ ରଥଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ୧କୋଟି ଟଙ୍କା ମଂଜୁର କରାଯାଇଛି! ପୂର୍ବ ବର୍ଷପରି ଆଉ ପୁରୁଣା କାଠରେ ନିର୍ମାଣ ହେବନି ବ୍ରହ୍ମତାଳଧୋଜ ରଥ! ଏଥର ଅଖଚକ ସବୁ ନୂଆ କାଠରେ ନିର୍ମାଣ କରୁଛନ୍ତି ମହାରଣା ସେବାୟତ! ଯାହାକୁ ନେଇ ବେଶ ଉତ୍କଣ୍ଠା ସହ କହିଛନ୍ତି ମୁଖ୍ୟ ମହାରଣା ସେବାୟତ ରଘୁନାଥ ମହାରଣା ଓ ବଳଦେବଜୀୟୁ ଟ୍ରଷ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପବିତ୍ର ଅକ୍ଷୟତୃତୀୟା ଦିନରୁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ରଥର ୧୦ଟି ଚକ ଅଖ ସମେତ ପାରାଭାଡ଼ି ଘୋଡା ଓ ପାର୍ଶ୍ୱଦେବା ଦେବୀଙ୍କ ଗଢ଼ାକାର୍ଯ୍ୟ ତୋରାନ୍ୱିତ କରାଯାଉଛି! ବିଶେଷ କରି ଅନ୍ୟ ଜିଲ୍ଲାରୁ ମଧ୍ୟ ମହାରଣା ମାନେ ତୁଳସୀ କ୍ଷେତ୍ରରେ ରଥଗଢ଼ା କାର୍ୟ୍ୟରେ ନିଷ୍ଠା ଏକାଗ୍ରତା ସହ କାର୍ୟ୍ୟ କରୁଛନ୍ତି! ପ୍ରଚଣ୍ଡ ରୌଦ୍ରତାପକୁ ଖାତିର ନକରି ରଥଯାତ୍ରା ପାଇଁ ବେଶ ଖୁସି ଥିବା କହିଛନ୍ତି ବରିଷ୍ଠ ମହାରଣା ସେବାୟତମାନେ! ପବିତ୍ର ନେତ୍ରଉତ୍ସବ ଦିବସରେ ରଥନିର୍ମାଣ କାର୍ୟ୍ୟ ପୂର୍ଣ୍ଣାଙ୍ଗ ହେବା ପାଇଁ ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରାପଡ଼ା ବାସୀ!
.......................................
ହିନ୍ଦୁସ୍ଥାନ ସମାଚାର / ରବି