ଝାରସୁଗୁଡା ଜ଼ିଲ୍ଲାର ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ
ଝାରସୁଗୁଡ଼ା, ୪ ଜୁନ୍ (ହି.ସ.)- ଝାରସୁଗୁଡା ଜ଼ିଲ୍ଲାର ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ। ଝାରସୁଗୁଡା ଜିଲ୍ଲାର ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟ
Photo of new cultural


ଝାରସୁଗୁଡ଼ା, ୪ ଜୁନ୍ (ହି.ସ.)- ଝାରସୁଗୁଡା ଜ଼ିଲ୍ଲାର ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ। ଝାରସୁଗୁଡା ଜିଲ୍ଲାର ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ହରେକୃଷ୍ଣ ବରିହାଙ୍କ ନିକଟରୁ ଏହି ଦାୟିତ୍ୱ ଗ୍ରହଣ କରିଥିଲେ।

ଦାୟିତ୍ୱ ଗ୍ରହଣ ଅବସରରେ ଜିଲ୍ଲାର ସାଂସ୍କୃତିକ ଐତିହ୍ୟ, ଲୋକକଳା, ଲୋକସଂସ୍କୃତି ଓ କଳାକାରମାନଙ୍କ ଉନ୍ନତି ଦିଗରେ ଅଧିକ ସକ୍ରିୟ ଭାବେ କାର୍ଯ୍ୟ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ସୁଚାରୁରୂପେ ପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ମତ ପ୍ରକାଶ କରିଥିଲେ। ଏଥିସହ ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ଓ ପ୍ରଚାର-ପ୍ରସାର ସହିତ ଯୁବପିଢ଼ିଙ୍କୁ ସଂସ୍କୃତି ସହ ଯୋଡ଼ିବା ନିମନ୍ତେ ବିଭିନ୍ନ ଜନ ସଚେତନତାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ l

ଏହି ଦାୟିତ୍ୱ ଗ୍ରହଣ ମାଧ୍ୟମରେ ଜିଲ୍ଲାର ସାଂସ୍କୃତିକ କାର୍ଯ୍ୟକଳାପକୁ ଅଧିକ ଗତିଶୀଳ ଓ ସୁଦୃଢ଼ କରିବା ଦିଗରେ ନୂତନ ପ୍ରୟାସ ହାତକୁ ନିଆଯିବ ବୋଲି ଆଶା ପ୍ରକାଶ ପାଇଛି l ଏହି ଦାୟିତ୍ୱ ହସ୍ତାନ୍ତର ସମୟରେ ଜ଼ିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଅlଲିଶ ପଟେଲ, ଡାଟା ଏଣ୍ଟ୍ରି ଅପରେଟର ରାଜେଶ ସେଠ, ଧୀରଜ ରୋଶନ ପଧାନ, ଜ଼ିଲ୍ଲା ପାଠାଗାର ର କର୍ମଚାରୀ ସମୀର କିସାନ ଏବଂ ରବୀନ୍ଦ୍ର ନିଆଲ ପ୍ରମୁଖ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande