ଦଶରଥ ସାହୁଙ୍କ ବାସ ଭବନରେ ଏସି ଫାଟି ଲାଗିଲା ନିଆଁ
ବଲାଙ୍ଗୀର, ୦୪ ଜୁନ୍(ହି.ସ.) – ଟିଟିଲାଗଡ଼ ୱାର୍ଡ଼ ନମ୍ବର ୧୨ ସ୍ଥିତ ସ୍ୱର୍ଗତ ଦଶରଥ ସାହୁଙ୍କ ବାସ ଭବନରେ ଏସି ଫାଟି ଲାଗିଲା ନିଆଁ। ଏସି ଫାଟି ନିଆଁ ଲାଗିଥିବା ଲୋକେ କହୁଛନ୍ତି। ତେବେ ନିଆଁ ଘରର ଅନ୍ୟପଟେ ମଧ୍ୟ ବ୍ୟାପିଯିବା ସହ ବହୁ ପରିମାଣରେ ଘରର ଆସବାବ ପତ୍ର ପୋଡ଼ିଯିବା ସହ ସେହି ଅଂଚଳ ଧୂଆଁମୟ ହୋ
ଦଶରଥ ସାହୁଙ୍କ ବାସ ଭବନରେ ଏସି ଫାଟି ଲାଗିଲା ନିଆଁ


ବଲାଙ୍ଗୀର, ୦୪ ଜୁନ୍(ହି.ସ.) – ଟିଟିଲାଗଡ଼ ୱାର୍ଡ଼ ନମ୍ବର ୧୨ ସ୍ଥିତ ସ୍ୱର୍ଗତ ଦଶରଥ ସାହୁଙ୍କ ବାସ ଭବନରେ ଏସି ଫାଟି ଲାଗିଲା ନିଆଁ। ଏସି ଫାଟି ନିଆଁ ଲାଗିଥିବା ଲୋକେ କହୁଛନ୍ତି। ତେବେ ନିଆଁ ଘରର ଅନ୍ୟପଟେ ମଧ୍ୟ ବ୍ୟାପିଯିବା ସହ ବହୁ ପରିମାଣରେ ଘରର ଆସବାବ ପତ୍ର ପୋଡ଼ିଯିବା ସହ ସେହି ଅଂଚଳ ଧୂଆଁମୟ ହୋଇଯାଇଛି। ତେବେ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି। ଗୋଦାମ ଘରେ ମଧ୍ୟ ନିଆଁ ଲାଗିଥିବା ଯୋଗୁଁ ଆହୁରି ଜୋରରେ ଜଳୁଛି ନିଆଁ, ଘର ଯାକ ଧୂଆଁମୟ ହେବା ସହ ଲୋକଙ୍କ ଭିଡ଼ ଜମିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande