
ସୁବର୍ଣ୍ଣପୁର, ୦୪ ଜୁନ୍(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସାହାଣଡିହିସ୍ଥିତ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଆଜି ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଉକ୍ତ ଫ୍ୟାକ୍ଟ୍ରିରେ ରାଇସବ୍ରାନ ତେଲ ବାହାରୁଥିବାବେଳେ ସେଠାରେ ଗୋଦାମରେ ଥିବା ଖାଲି ରାଇସ୍ବ୍ରାନ ଜରି ବସ୍ତାରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇ ଚାରିଆଡ଼େ ବ୍ୟାପି ଯାଇଥିଲା। କିଛି ରାଇସବ୍ରାନ ମଧ୍ୟ ଏଥିରେ ଜଳି ଯାଇଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗ ଖବର ପାଇବା ପରେ ତୁରନ୍ତ ଉଲୁଣ୍ଡା, ସୋନପୁର ଓ ବିନିକା ୩ ଗୋଟି ଅଗ୍ନିଶମ ସେବାକେନ୍ଦ୍ରର ଟିମ ଫ୍ୟାକ୍ଟ୍ରିରେ ପହଂଚି ନିଆଁକୁ ଆୟତ କରିଛନ୍ତି। ଏନେଇ ଜିଲ୍ଲା ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ଦେ କହିଛନ୍ତି ଖବର ମିଳିବା ପରେ ତିନି ସ୍ଥାନରୁ ତାଙ୍କ ଟିମ୍ ତୁରନ୍ତ ପହଂଚି ନିଆଁକୁ ସଫଳତାର ସହ ଆୟତ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ