ଗଛରୁ ପଡି ନାବାଳିକା ଗୁରୁତର
ଗଛରୁ ପଡି ନାବାଳିକା ଗୁରୁତର
ଗଛରୁ ପଡି ନାବାଳିକା ଗୁରୁତର


ଗଛରୁ ପଡି ନାବାଳିକା ଗୁରୁତର


ସମ୍ବଲପୁର, ୦୪, ଜୁନ୍ (ହି.ସ.) - ମହୁଲ ଗଛରେ ଚଢି ମହୁଲ ଫୁଲ ତୋଳୁଥିବା ବେଳେ ଜନୈକା ନାବାଳିକା ଗଛରୁ ପଡ଼ି ଗୁରୁତର ଆହତ ହୋଇଛି । ସୂଚନାନୁଯାୟୀ ରଙ୍ଗିଆଟିକ୍ରା ଗ୍ରାମର ଜହୁରପଡା ଅଂଚଳର କବିତା ଖଡିଆ ନାମ୍ନୀ ନାବାଳିକା ଜଣଙ୍କ ଗୁରୁବାର ସକାଳେ ମହୁଲ ଗଛରେ ଚଢି ମହୁଲ ଫୁଲ ତୋଳୁଥିବା ବେଳେ ହଠାତ୍ ଗଛର ଡାଳ ଭାଙ୍ଗି ଯିବାରୁ ସେ ତଳକୁ କଚାଡ଼ି ହୋଇ ପଡ଼ିଥିଲେ। ଯନ୍ତ୍ରଣାରେ ସେ ଛଟପଟ୍ ହେଉଥିବା ଦେଖି ପାଖ ପଡୋଶୀ ଓ ଘର ଲୋକେ ତୁରନ୍ତ ଗୋବିନ୍ଦପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ମାତ୍ର ଅଂଟାରେ ଶକ୍ତ ଆଘାତ ଲାଗିଥିବାରୁ ମେରୁଦଣ୍ଡ ଏକ ରକମ ଅଚଳ ହୋଇପଡିଛି । ଆଜି ତାଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande