ଗୈାରାଙ୍ଗ ସେଠୀଙ୍କୁ ଉଦ୍ଧାର ଓ ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା, ୪ ଜୁନ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଗ୍ରାମର ଯୁବକ ଗୈାରାଙ୍ଗ ସେଠୀ ଦୀର୍ଘ ୮ ଦିନ ହେଲା ସେହି ଗ୍ରାମର କେତେକ ଯୁବକ ଅପହରଣ କରିନେଇ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ପୋଲିସ୍ କ୍ଷତାକ୍ତ ଅବସ୍ଥାରେ ଥିବା ଗୈାରାଙ୍ଗ ସେଠୀଙ୍କୁ ଉଦ୍ଧାର କରିପା
ଗୈାରାଙ୍ଗ ସେଠୀଙ୍କୁ ଉଦ୍ଧାର ଓ ପୋଲିସ୍ର ନିଷ୍କ୍ରିୟତା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ  ।


କେନ୍ଦ୍ରାପଡା, ୪ ଜୁନ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଗ୍ରାମର ଯୁବକ ଗୈାରାଙ୍ଗ ସେଠୀ ଦୀର୍ଘ ୮ ଦିନ ହେଲା ସେହି ଗ୍ରାମର କେତେକ ଯୁବକ ଅପହରଣ କରିନେଇ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ପୋଲିସ୍ କ୍ଷତାକ୍ତ ଅବସ୍ଥାରେ ଥିବା ଗୈାରାଙ୍ଗ ସେଠୀଙ୍କୁ ଉଦ୍ଧାର କରିପାରିନାହିଁ । ଏ ବିଷୟରେ ସ୍ଥାନୀୟ ଅଂଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଦୀର୍ଘ ୮ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ୍ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ନିଖୋଜ ଗୈାରାଙ୍ଗ ସେଠୀ କେଉଁ ଅବସ୍ଥାରେ ଅଛି, ଜୀବତ ଅଛି କି ନାହିଁ ତାହା ପରିବାର ଲୋକ ସନ୍ଦେହ ଘେରରେ ଅଛନ୍ତି । ବାରମ୍ବାର ପରିବାର ଲୋକଙ୍କ ତରଫରୁ ଆଳି ଥାନା, ପଟ୍ଟାମୁଣ୍ଡାଇ ଏସଡିପିଓ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ପରିବାର ଲୋକ ନିରାଶ ହୋଇ ଭାଙ୍ଗି ପଡିଛନ୍ତି । ଏନେଇ ଜିଲ୍ଲା ଅନୁସୂଚୀତ ଜାତି ଓ ଜନଜାତି ସମନ୍ୱୟ ସମିତି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରି ଗୈାରାଙ୍ଗ ସେଠୀଙ୍କୁ ଉଦ୍ଧାର କରିବା ସହ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଯଦି ୨୪ ଘଣ୍ଟା ଭିତରେ ଗୈାରାଙ୍ଗ ସେଠୀଙ୍କୁ ଉଦ୍ଧାର କରାନଗଲା ତେବେ ୮ ତାରିଖ ଦିନ ଆଳି ଥାନା ଘେରାଉ କରିବା ସହ ରାଜରାସ୍ତାକୁ ଅଚଳ କରାଯିବ ବୋଲି ଖୋଲାଖୋଲି ଭାବରେ ସଂଘ ତରଫରୁ ଚେତାବନୀ ଦିଆଯାଇଛି ।

ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଆବାହକ ମନୋରଞ୍ଜନ ଜେନା, ଦଶରଥୀ ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ସୁପ୍ରଭା ମଲ୍ଲିକ, କଳ୍ପତରୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande