ଆନ୍ତଃ ଜିଲ୍ଲା ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଚତୁର୍ଥ ଦିବସ ବାଳକ ଓ ବାଳିକା ଉଭୟ ବର୍ଗରେ ବରଗଡ଼ ଓ ସମ୍ବଲପୁର ବିଜୟୀ
ବଲାଙ୍ଗିର, 04 ଜୁନ୍ (ହି.ସ.) ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଚତୁର୍ଥ ଦିବସ ବାଳକ ବର୍ଗ ପ୍ରଥମ ଖେଳରେ ବରଗଡ଼ ୧-୦ ଗୋଲରେ ସୁବର୍ଣପୁରକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶାରୀରିକ ଶ
ଆନ୍ତଃ ଜିଲ୍ଲା ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଚତୁର୍ଥ ଦିବସ ବାଳକ ଓ ବାଳିକା ଉଭୟ ବର୍ଗରେ ବରଗଡ଼ ଓ ସମ୍ବଲପୁର ବିଜୟୀ


ବଲାଙ୍ଗିର, 04 ଜୁନ୍ (ହି.ସ.)

ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଚତୁର୍ଥ ଦିବସ ବାଳକ ବର୍ଗ ପ୍ରଥମ ଖେଳରେ ବରଗଡ଼ ୧-୦ ଗୋଲରେ ସୁବର୍ଣପୁରକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶାରୀରିକ ଶିକ୍ଷା ଅଧୂକାରୀ ପ୍ରଦୀପ କୁମାର ପାତ୍ର ଓ କ୍ରୀଡ଼ା ସଂସଦର କୋଷାଧକ୍ଷ ହେମନ୍ତ କୁମାର ବେହେରା ଯୋଗ ଦେଇଥିଲେ । ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଓ ବରିଷ୍ଠ ସଦସ୍ୟ ଡ଼ା. ସିଦ୍ଧେଶ୍ଵର ମିଶ୍ର ମଂଚାସୀନ ଥିଲେ । ଖେଳକୁ ଶୁଭ୍ରଜିତ ସ୍ୱାଇଁ, ସଞ୍ଜନ କୁଦେଇ, ମଳୟ ଘିଭେଲା ଓ ଦେବାଶିଷ ବାଗ ପରିଚଳନା କରିଥିଲେ । ଦ୍ବିତୀୟ ଅପରାହ୍ନ ବାଳକ ଖେଳରେ ସମ୍ବଲପୁର ୬-୨ ଗୋଲରେ ନୂଆପଡ଼ାକୁ ହରାଇ ବିଜୟୀ ହେଲା। ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧୁକାରୀ ରଶ୍ମିରଞ୍ଜନ ମିଶ୍ର ଓ କ୍ରୀଡ଼ା ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଓ ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ର ମଂଚାସୀନ ଥିଲେ । ଖେଳକୁ ସଞ୍ଜନ କୁଦେଇ, ଯଶୋବନ୍ତ ମାଝୀ, ଗୌରହରି ପୁଟେଲ ଓ ଜିତେନ୍ଦ୍ର ପାତ୍ର ପରିସ୍ଖଳନା କରିଥିଲେ । ଉଭୟ ବାଳକ ବର୍ଗ ଖେଳରେ ନବୀନ ନାଏକ ମ୍ୟାଚ୍ କମିଶନର ଥିଲେ ।

ସେହିପରି ପଲ୍ଲିଶ୍ରୀ ଷ୍ଟାଡ଼ିୟମ, ସଦାଇପାଲି ଠାରେ ବାଳିକା ବର୍ଗ ପ୍ରଥମ ଖେଳରେ ବରଗଡ଼ ୧ ୨-୦ ଗୋଲରେ ସୁବର୍ଣପୁରକୁ ହରାଇ ବିଜୟୀ ହୋଇଛି । ଖେଳକୁ ସୀତା ମାରାଣ୍ଡି, ପପୁନ ବେହେରା, ମନୋରଞ୍ଜନ ମାଝୀ ଓ ଅନିତା ମହାନନ୍ଦ ପରିଗଳନା କରିଥିଲେ । ଦ୍ଵିତୀୟ ଅପରାହ୍ନ ବାଳିକା ବର୍ଗ ଖେଳରେ ସମ୍ବଲପୁର ୧ ୨-୦ ଗୋଲରେ ନୂଆପଡ଼ାକୁ ହରାଇ ବିଜୟୀ ହେଲା । ଓଡ଼ିଶା ଫୁଟବଲ ଏସୋସିଏସନ୍ ତଥା ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ରଙ୍କ ତତ୍ବାବଧାନ ଖେଳରେ ଡା. ସୁରେଶ ପ୍ରଧାନ ଓ କ୍ରୀଡ଼ାବିତ ସୁନିଲ ଚନ୍ଦ୍ର ବିଶ୍ବାଲ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ସଦାନନ୍ଦ ସାହୁ, ସୌରଭ ନାଏକ, ମାମା ସିଂ ଓ ପ୍ରିୟଙ୍କା ବିଶି ପରିପ୍ପଳନା କରିଥିଲେ । ଉଭୟ ବାଳିକା ଖେଳରେ ସୁରେଶ କୁମାର ଦାଶ ମ୍ୟାଚ୍ କମିଶନର ଦାୟିତ୍ଵ ତୁଲାଇ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande