ଜେଇଇ ଆଡଭାନ୍ସଡ୍ ୨୦୨୬ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅଭୂତପୂର୍ବ ସଫଳତା
ରାଜ୍ୟ ପାଇଁ ଗୌରବ ଆଣିଲେ ୧୭ ଜଣ ମେଧାବୀ ଶିକ୍ଷାର୍ଥୀ ଭୁବନେଶ୍ୱର, ୦୪ ଜୁନ୍ (ହି.ସ.) ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ପୁଣିଥରେ ଜାତୀୟ ସ୍ତରରେ ନିଜର ଶ୍ରେଷ୍ଠତା ପ୍ରତିପାଦିତ କରିଛନ୍ତି। ''ଜେଇଇ ଆଡଭାନ୍ସଡ୍ ୨୦୨୬'' ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଲ୍ଲେ
ଜେଇଇ ଆଡଭାନ୍ସଡ୍ ୨୦୨୬ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅଭୂତପୂର୍ବ ସଫଳତା


ରାଜ୍ୟ ପାଇଁ ଗୌରବ ଆଣିଲେ ୧୭ ଜଣ ମେଧାବୀ ଶିକ୍ଷାର୍ଥୀ

ଭୁବନେଶ୍ୱର, ୦୪ ଜୁନ୍ (ହି.ସ.) ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ପୁଣିଥରେ ଜାତୀୟ ସ୍ତରରେ ନିଜର ଶ୍ରେଷ୍ଠତା ପ୍ରତିପାଦିତ କରିଛନ୍ତି। 'ଜେଇଇ ଆଡଭାନ୍ସଡ୍ ୨୦୨୬' ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଚଳିତ ବର୍ଷ ଆଦର୍ଶ ବିଦ୍ୟାଳୟରୁ ମୋଟ ୧୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଶିକ୍ଷାର୍ଥୀ ଜାତୀୟ ସ୍ତରରେ 'ଅଲ୍ ଇଣ୍ଡିଆ ରାଙ୍କ' ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି।

ଶୀର୍ଷ ସ୍ଥାନ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନେ ହେଲେ:

- ପୀୟୂଷ ରଞ୍ଜନ ସ୍ୱାଇଁ – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫ୍ରେଜରପୁର, ବରଗଡ଼ (‘ଅଲ୍ ଇଣ୍ଡିଆ ରାଙ୍କ ୧୧୬୬)

- ବିନାୟକ ପାତ୍ର – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନିମିନା, ଆସିକା, ଗଞ୍ଜାମ (‘ଅଲ୍ ଇଣ୍ଡିଆ ରାଙ୍କ ୧୧୮୦)

- ଓମ୍ କୃଷ୍ଣ ପ୍ରହରାଜ – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜୋକିଡାଲା, ବାଙ୍କୀ, କଟକ (‘ଅଲ୍ ଇଣ୍ଡିଆ ରାଙ୍କ ୩୩୨୬)

- ଲଭ୍ୟାନ୍ସ ମେହେର – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଦୀ, ନୂଆପଡ଼ା (‘ଅଲ୍ ଇଣ୍ଡିଆ ରାଙ୍କ ୩୪୨୩)

- ବିଶ୍ୱଜିତ୍ ସାହୁ – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜୋକିଡାଲା, ବାଙ୍କୀ, କଟକ (‘ଅଲ୍ ଇଣ୍ଡିଆ ରାଙ୍କ ୪୭୮୩)

- ଏନ୍. ପୀୟୂଷ ରଞ୍ଜନ ନାୟକ– ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଟିକିରା, କେନ୍ଦୁଝର (ଏସଟି କାଟେଗୋରୀ ରାଙ୍କ: ୭୯୯)

ଓଡ଼ିଶାର ଗ୍ରାମାଞ୍ଚଳରେ ରହୁଥିବା ଏହି ମେଧାବୀ ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମ ଓ ନିଷ୍ଠା ପୁଣିଥରେ ପ୍ରମାଣିତ କରିଛି ଯେ ସୁଯୋଗ ଓ ଉପଯୁକ୍ତ ମାର୍ଗଦର୍ଶନ ମିଳିଲେ ଆମ ରାଜ୍ୟର ପିଲାମାନେ ଯେକୌଣସି ଜାତୀୟ ସ୍ତରର ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ହାସଲ କରିପାରିବେ। ଏହା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଶିକ୍ଷାଗତ ଉତ୍କର୍ଷତା ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି।

ଏହି ଅସାଧାରଣ ସଫଳତା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande