
ଭୁବନେଶ୍ୱର, ୦୪ ଜୁନ (ହି.ସ) - ଆସନ୍ତା ଜୁନ ୧୨ ତାରିଖରେ ଭୁବନେଶ୍ୱରର ଡିକଞ୍ଜେକସନ୍ ପ୍ରକଳ୍ପର ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ଏହା ଦ୍ୱାରା ଜୟଦେବ ବିହାର-ପଟିଆ ମଧ୍ୟରେ ଟ୍ରାଫିକ ସମସ୍ୟା କମିବ । ପଥରଗାଡ଼ିଆରେ ଚୂନକୋଳି ବସ୍ତିର ସମସ୍ୟା ବି ସମାଧାନ ହେବ । ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା