ମହତାବନଗରରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୃହର ଭିତିପ୍ରସ୍ତର ସ୍ଥାପନ, ସ୍ଥାନୀୟ ଲୋକଙ୍କୁ ମିଳିବ ନିକଟରେ ଉନ୍ନତ ସ୍ୱାସ୍ଥ୍ୟ ସେବା
ଭଦ୍ରକ, ୪ ଜୁନ୍ (ହି.ସ.) - ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହତାବନଗର (ବେତାଳିଗାଁ) ଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍ସି) ଗୃହ ନିର୍ମାଣ ପାଇଁ ରାଜ୍ୟର ମାନ୍ୟବର ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୁରୁବାର ଭିତିପ୍ରସ୍ତର
MAHATAB NAGAR SWASTYA KENDRA


ଭଦ୍ରକ, ୪ ଜୁନ୍ (ହି.ସ.) - ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହତାବନଗର (ବେତାଳିଗାଁ) ଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍ସି) ଗୃହ ନିର୍ମାଣ ପାଇଁ ରାଜ୍ୟର ମାନ୍ୟବର ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୁରୁବାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଦ୍ୱାରା ଅଂଚଳବାସୀଙ୍କୁ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ମନ୍ତ୍ରୀ କହିଥିଲେ ଯେ, ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ସରକାରଙ୍କ ପ୍ରାଥମିକତା ମଧ୍ୟରେ ରହିଛି। ନୂତନ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଲୋକଙ୍କୁ ସାଧାରଣ ଚିକିତ୍ସା ସେବା ପାଇଁ ଆଉ ଦୂରସ୍ଥ ଅଂଚଳକୁ ଯିବାକୁ ପଡ଼ିବ ନାହିଁ। ସେମାନେ ନିଜ ଅଂଚଳରେ ହିଁ ଆବଶ୍ୟକ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ। ସେ ଆହୁରି କହିଥିଲେ ଯେ, ସୁଦୃଢ଼ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନର ମୂଳ ଆଧାର। ଧାମନଗର ଅଂଚଳର ପ୍ରତ୍ୟେକ ନାଗରିକଙ୍କୁ ଉତମ ସେବା ଓ ସୁରକ୍ଷା ପ୍ରଦାନ କରିବା ଦିଗରେ ସରକାରଙ୍କ ପ୍ରୟାସ ନିରନ୍ତର ଜାରି ରହିବ। ଏହି ଅବସରରେ ବିଭିନ୍ନ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ। ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande