
ଭୁବନେଶ୍ୱର, ୪ ଜୁନ୍ (ହି.ସ.)- ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳରେ ପ୍ରବେଶ କରିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି । ଫଳରେ ଖୁବ୍ ଶୀଘ୍ର ମୌସୁମୀର ଓଡ଼ିଶା ଆଗମନ ଓ ପାଗରେ ପରିବର୍ତନ ଆଶା କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ