ମଇ ୨୦୨୬ ମଧ୍ୟରେ ଦେଶରେ ଥିବା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକ ମଧ୍ୟରେ ଓପିଜିସି ପ୍ରଥମ ସ୍ଥାନ ଅଧିକାର କଲା
Opgc is best for power production
ମଇ ୨୦୨୬ ମଧ୍ୟରେ ଦେଶରେ ଥିବା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକ ମଧ୍ୟରେ ଓପିଜିସି ପ୍ରଥମ ସ୍ଥାନ ଅଧିକାର କଲା


ଝାରସୁଗୁଡ଼ା, ୪ ଜୁନ୍ (ହି.ସ.)- ଲଖନପୁର ବ୍ଲକ ବନହରପାଲି ସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି) ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ନିଜର କ୍ରମାଗତ ଉନ୍ନତ ପ୍ରଦର୍ଶନର ଧାରା ଜାରି ରଖୁଛି। ମଇ ୨୦୨୬ ମଧ୍ୟରେ ଦେଶରେ ଥିବା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକ ମଧ୍ୟରେ ଓପିଜିସି ପ୍ରଥମ ସ୍ଥାନ ଅଧିକାର କରିଛି। ଓପିଜିସିର ବିଶେଷ ସଫଳତା ମଧ୍ୟରେ ଦେଶରେ ଥିବା ସରକାରଙ୍କ ଅଧୀନସ୍ଥ ବିଦ୍ୟୁତ୍ କେନ୍ଦ୍ର ମଧ୍ୟରେ ପ୍ରଥମ ସ୍ଥାନ, ଜାତୀୟ ସ୍ତରରେ ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀ ବିଦ୍ଯୁତ ଉତ୍ପାଦନ ବନ କେନ୍ଦ୍ରଙ୍କ ମଧ୍ୟରେ ୧୦ମ ସ୍ଥାନ, ଦେଶରେ ଥିବା ୧୦୦୦ ମେଗାୱାଟରୁ ଅଧୂକ କ୍ଷମତା ସମ୍ପନ୍ନ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଙ୍କ ମଧ୍ୟରେ ୬ଷ୍ଠ ସ୍ଥାନରେ ରହିଛି। ଏହି ଏହି ସଫଳତା ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ର ରାଜ୍ୟ ତଥା ଦେଶ ପାଇଁ ସମର୍ପିତ ନିରବଚ୍ଛିନ୍ନ ବିଦ୍ଯୁତ ଯୋଗାଣ ଦିଗରେ ଦାୟିତ୍ବବୋଧତାକୁ ପ୍ରତିଫଳିତ କରୁଛି । ଏହି ସର୍ବାଧିକ ପ୍ଲାଣ୍ଟ ଲୋଡ ଫ୍ୟାକ୍ଟର (ପି.ଏଲ.ଏଫ) ର ସୁଚାରୂ ପରିଚାଳନା, ଶ୍ରେଷ୍ଠ ରକ୍ଷଣାବେକ୍ଷଣ ନିୟମାବଳୀର ପ୍ରୟୋଗ ଓ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମର ପ୍ରତିଫଳନ ସ୍ୱରୁପ ସଫଳତା ସହ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande