ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ୫୦ ହଜାର ଟଙ୍କା ଜରିମାନା
କନ୍ଧମାଳ, ୪ ଜୁନ୍ (ହି.ସ.)- କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ତଥା ସ୍ୱତନ୍ତ୍ର ବିଚାରପତି (ପୋକ୍ସୋ) ମନୋରଞ୍ଜନ ଦାସ ବାଲିଗୁଡ଼ା ପି.ଏସ୍.ରୁ ଉଠାଯାଇଥିବା ମାମଲା ନମ୍ବର- ସିଟି ୧୧। ୨୦୨୪ ର ଅଭିଯୁକ୍ତ ସପନା ପାଟ ମାଝୀଙ୍କୁ, ମାମଲାର ସାଖି ଓ ପ୍ରମାଣ ତଥା ପିଡିତାଙ୍କ ବୟାନ ଆଧାରର
ଫୋଟ


କନ୍ଧମାଳ, ୪ ଜୁନ୍ (ହି.ସ.)- କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ତଥା ସ୍ୱତନ୍ତ୍ର ବିଚାରପତି (ପୋକ୍ସୋ) ମନୋରଞ୍ଜନ ଦାସ ବାଲିଗୁଡ଼ା ପି.ଏସ୍.ରୁ ଉଠାଯାଇଥିବା ମାମଲା ନମ୍ବର- ସିଟି ୧୧। ୨୦୨୪ ର ଅଭିଯୁକ୍ତ ସପନା ପାଟ ମାଝୀଙ୍କୁ, ମାମଲାର ସାଖି ଓ ପ୍ରମାଣ ତଥା ପିଡିତାଙ୍କ ବୟାନ ଆଧାରରେ, ଦୋଷୀ ସାବ୍ୟସ୍ତ କରି, ମାମଲା ୪୬/୨୦୨୪ ତା.୨୪/୦୨/୨୦୨୪ ରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି l ଜରିମାନା ଅନାଦେୟ ତାକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ମଧ୍ୟ ନିର୍ଦେଶ ଦେଇଛନ୍ତି l

ସୂଚନା ଅନୁଯାୟୀ, ପୋକ୍ସୋ ଆଇନର ଧାରା ୬ ରେ ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦୦୦/- ଟଙ୍କା ଜରିମାନା ଦେବାକୁ ଦଣ୍ଡିତ କରାଯାଇଛି। ଯଦି ତାହା ନହୁଏ ତେବେ ୩୬୩ ଆଇପିସି ଏବଂ ଧାରା ୬ ରେ ଆହୁରି ୨ ମାସ ସଶ୍ରମ କାରାଦଣ୍ଡ ଏବଂ ୭ (ସାତ) ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦୦୦ ଟଙ୍କା ଜରିମାନା ଦେବାକୁ ଦଣ୍ଡିତ କରାଯାଇଛି। ଯଦି ତାହା ନହୁଏ ତେବେ ୩୬୬ ଆଇପିସି ପାଇଁ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଏବଂ ୫୦୦୦ ଟଙ୍କା ସଶ୍ରମ କାରାଦଣ୍ଡ ପ୍ରଦାନ କରିବାକୁ ଦଣ୍ଡିତ କରାଯାଇଛି। ବିଚାରପତି, ପିଡିତାଙ୍କୁ ଫୁଲବାଣୀ ଆଇନସେବା ପ୍ରାଧିକରଣ ଜରିଆରେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିବା ବେଳେ ତ୍ରିଲୋଚନ ପରିଡା, ଡିଡିପି କନ୍ଧମାଳ ଏବଂ ପୂର୍ଣ୍ଣ ଚନ୍ଦ୍ର ନାଗ, ପି.ପି. ଙ୍କ ତତ୍ୱାବଧାନରେ ପରିଚାଳିତ ହେଉଥିଲା l

ଏହି ମାମଲାର ତଦନ୍ତକାରୀ ଅଧିକାରୀ ପ୍ରମୋଦ କୁମାର ଜେନା ଏବଂ ତତ୍କାଳୀନ ଆଇଆଇସି ସୁକାନ୍ତ କୁମାର ସାହୁଙ୍କୁ ଏ ବାବଦରେ ଧନ୍ୟବାଦ ଦିଆଯାଇଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande