
ବଲାଙ୍ଗୀର, ୦୪ ଜୁନ୍(ହି.ସ.) – ଟିକ୍ରାପଡ଼ା ଠାରେ ଆସନ୍ତା ଶିତଳ ଷଷ୍ଠୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହୋତ୍ସବ ପାଇଁ ପୂର୍ବତନ ନଗରପାଳ ପ୍ରଦୀପ ସାହୁଙ୍କୁ ସଭାପତି, ବିକାଶ ସାଙ୍କୁ ସଂପାଦକ ଓ ରାଜେଶ ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନିତ କରାଯାଇଛି। ମହୋତ୍ସବ ଉଦ୍ଦେଶ୍ୟରେ ପଡାର ସମସ୍ତ ଘରେ ଆଲୋକ ସାଜସଜ୍ଜା କରାଯିବା ସହ ମହାଦେବ ଙ୍କ କଳସ ଯାତ୍ରାରେ ସମସ୍ତେ ସାମିଲ ହେବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ତା ଛଡା ଅଷ୍ଟମ ବର୍ଷ ପାଇଁ ହେଉଥିବା ଏହି ଶିତଳ ଷଷ୍ଠୀ ମହୋତ୍ସବକୁ ମହା ଆଡମ୍ବରରେ ପାଳନ କରିବା ଦିଗରେ ସମସ୍ତେ ସହଯୋଗ କରିବେ ବୋଲି କମିଟି ଅନୁରୋଧ କରିଛି। ଏହି ସଭାରେ ବାବୁ ସା, ସଂଜୟ ଶତପଥି, ତୋଫାନ ସାହୁ, ଆଶୁତୋଷ ସାହୁ, ଅଭିଷେକ ପୁଝାରୀ, ସଂଜିବ ସାହୁ, ଜ୍ୟୋତିଷ କର, ସ୍ୱସ୍ଥିକ ମିଶ୍ର, ରାଜେନ୍ଦ୍ର ପାଣି, ଶ୍ୟାମଲାଲ ଅଗ୍ରୱାଲ, ଜ୍ୟୋତି ରାଉତରାଏ, କଲୁ ମହାନ୍ତି, ପଂଚାନନ ପୁଝାରୀ, ସରୋଜ ନନ୍ଦ, ସୁବାଷ ଦାସ, ପ୍ରଦୀପ ଦାଶ, ଟୁଲୁ ସାହୁ, ଆକାଶ ନନ୍ଦ, ସୋନୁ ଅଗ୍ରୱାଲ, ସଂଜୟ ଅଗ୍ରୱାଲ, ରିତେଶ କେଡିଆ, ରଂଜିତ ଦାସ, ଅଶୋକ ଦାସ, ଚିତରଂଜନ ସାହୁ, ଅମିତ ଦାସ ଓ ସୋମନାଥ ଦାସ ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ମତାମତ ରଖିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ