ବିଧାୟକଙ୍କ ଠାରେ ଦାବି ଉପସ୍ଥାପନା କଲା ରେଲ ଉପଭୋକ୍ତା ସଂଘ
ବଲାଙ୍ଗୀର, ୦୪ ଜୁନ୍(ହି.ସ.) – ସ୍ଥାନୀୟ ଶୈଳଶ୍ରୀ ପ୍ୟାଲେସ ଠାରେ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ରେଲ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛି। ବିଶେଷତଃ ବଲାଙ୍ଗୀର ଠାର
ବିଧାୟକଙ୍କ ଠାରେ ଦାବୀ ଉପସ୍ଥାପନା କଲା ରେଲ ଉପଭୋକ୍ତା ସଂଘ


ବଲାଙ୍ଗୀର, ୦୪ ଜୁନ୍(ହି.ସ.) – ସ୍ଥାନୀୟ ଶୈଳଶ୍ରୀ ପ୍ୟାଲେସ ଠାରେ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ରେଲ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛି। ବିଶେଷତଃ ବଲାଙ୍ଗୀର ଠାରେ ପିଟ୍ ଲାଇନ ପ୍ରତିଷ୍ଠା, ଦିଲ୍ଲୀ ବା ପ୍ରୟାଗରାଜକୁ ଏକ ସିଧାସଳଖ ଟ୍ରେନ, ଭୁବନେଶ୍ୱରକୁ ଯାଇ ଫେରିଆସିବା ପରି ଏକ ସକାଳୁଆ ଟ୍ରେନ୍ ପାଇଁ ଦାବି ରଖିଛି। ବିଧାୟକ ପ୍ରାୟ ଅଧଘଂଟା ସମୟ ସମସ୍ତ ଦାବିକୁ ଶୁଣି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏ ବିଷୟରେ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଲେ। ଅନ୍ୟ ସଦସ୍ୟମାନେ ଇସ୍ପାତ ଟ୍ରେନ ର ବିଳମ୍ବ, ପୁରୀ ସମ୍ବଲପୁର ଇଂଟରସିଟିକୁ ବଲାଙ୍ଗୀର ପର୍ଯ୍ୟନ୍ତ ସଂପ୍ରସାରିତ କରିବା ପାଇଁ ଦାବୀ ରଖିଥିଲେ। ପ୍ରତିନିଧି ଦଳରେ ବିମଲ ଚକ୍ରବର୍ତି, ଗୋପବନ୍ଧୁ ପୁରୋହିତ, ପ୍ରଭାକର ମିଶ୍ର, ଦିବାକର ହୋତାଙ୍କ ସହ ମାଲପଡ଼ା ନାଗରିକ କମିଟିର ଅମୀୟ କୁମାର ମିଶ୍ର ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ। ସଭାପତି ଗତ ବିଶାଖପାଟଣା ଦିଲ୍ଲୀ ଟ୍ରେନ୍କୁ ବଲାଙ୍ଗୀର ଠାରେ ରହଣି କରିଥିବାରୁ ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହ ବିଭିନ୍ନ ସଂଗଠନରୁ ଆସିଥିବା କର୍ମକର୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande