
ଚମ୍ପୁଆ, ୪ ଜୁନ୍ (ହି.ସ.)- ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡା ଗ୍ରାମ ବାଙ୍କିସାହିର ଜଣେ ଧର୍ମପରାୟଣା ତଥା ପରୋପକାରୀ ମହିଳା ଅମୃତ ମହାନ୍ତ ଙ୍କର ୯୧ ବର୍ଷ ବୟସରେ ଆକସ୍ମିକ ପରଲୋକ ହୋଇଯାଇଛି। ସେ ଗ୍ରାମର ଲୋକପ୍ରିୟ ଅବସରପ୍ରାପ୍ତ ଶିକ୍ଷକ ଗଣେଶ୍ବର ମହାନ୍ତଙ୍କ ଧର୍ମପତ୍ନୀ ଥିଲେ।
ସୂଚନା ଅନୁଯାୟୀ, ଗତକାଲି ସେ ଗାଧୁଆଘରକୁ ନିତ୍ୟକର୍ମ ପାଇଁ ଯାଇଥିବା ସମୟରେ ହଠାତ ସଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର (୩ ଜୁନ) ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ୱର୍ଗତ ମହାନ୍ତ ଜଣେ ଅତ୍ୟନ୍ତ ଦୟାଳୁ ମହିଳା ଥିଲେ। ଦୀନ-ଦୁଃଖୀ ଓ ଅଭାବୀ ଲୋକେ ଅସୁବିଧାରେ ପଡ଼ି ତାଙ୍କ ପାଖକୁ ଆସିଲେ, ସେ କାହାରିକୁ ଖାଲି ହାତରେ ଫେରାଉ ନଥିଲେ। ଲୋକ ସେବାରେ ନିଜକୁ ସର୍ବଦା ଆଗଭର ରଖୁଥିଲେ। ତେଣୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ଡମ୍ବରୁଧର ମହାନ୍ତ, ଇଂ. ମହେନ୍ଦ୍ର କୁମାର ମହାନ୍ତ ଓ ସୁଶାନ୍ତ ମହାନ୍ତ (ରୁଷି), ବୋହୂ ଜାନକୀ, ଅତସୀ ଓ ଉଷାରାଣୀ, ଝିଅ ମଞ୍ଜୁଲତା ମହାନ୍ତ, ନାତି ଓ ନାତୁଣୀ ବୋହୁ ହେମନ୍ତ ମହାନ୍ତ (ସୁନ୍ଦରା), କଳ୍ପନା, ପ୍ରତୀକ ରଞ୍ଜନ, ନିଶାନ୍ତ, ବିକାଶ, ଯତୀନ୍ଦ୍ର କୁମାର ଓ ତରଣୀସେନ, ନାତୁଣୀ ଓ ନାତିଜ୍ୱାଇଁ ଚନ୍ଦିନୀ, ସାଗରୀକା, ଛୋଟରାୟ ଓ ଦିବାକର , ଅଣନାତି ଏଚ. କେ. ଅମିତ ଅନୁରାଗ ଓ ପ୍ରିତମ ପ୍ରୀତିରାଜଙ୍କ ସମେତ ସମସ୍ତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଖବର ପାଇ ଗ୍ରାମ ତଥା ଆଖପାଖ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ 'ଡାକୁଆ ବନ୍ଧ' ନିକଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସ୍ୱର୍ଗତ ମହାନ୍ତଙ୍କ ବଡ଼ ପୁଅ ଡମ୍ବରୁଧର ମହାନ୍ତ ମୁଖାଗ୍ନି ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / Trinath Mahanta