
ଭୁବନେଶ୍ୱର, ୦୪ ଜୁନ (ହି.ସ) - ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନଙ୍କୁ ନେଇ ଗୁରୁବାର ବିଭାଗୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସଡିସି ମାନଙ୍କର କାର୍ଯ୍ୟ ସମ୍ପର୍କରେ ଆଲୋଚନା ହେବା ସହିତ ସମସ୍ତ ସୁବିଧା, ନିର୍ଦ୍ଦେଶନାମା ଓ କମିଟି ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଏହି ବୈଠକ ପରେ ଏସଡିସି ଅଧ୍ୟକ୍ଷମାନଙ୍କର କାର୍ଯ୍ୟ ଧାରା ଆଗକୁ ବଢ଼ିବ ଏବଂ ଜିଲ୍ଲାର ବିକାଶରେ ସମସ୍ତଙ୍କର ନିଷ୍ଠା ଓ ଅବଦାନ ରହି ଜନସାଧାରଣଙ୍କ ମଙ୍ଗଳସାଧନ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।)
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା