
କେନ୍ଦ୍ରାପଡା, ୪ ଜୁନ୍ (ହି.ସ.)- କେନ୍ଦ୍ରାପଡା ବ୍ଲକର ୨୭ଗୋଟି ପଂଚାୟତରେ ସଚେତନତା ରଥ ପ୍ରତ୍ୟକ ପଂଚାୟତର ପ୍ରତ୍ୟକ ଗ୍ରାମ ଗୁଡିକ ବୁଲି ଏସ୍ଆଇଆର୍ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବ । କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଇଚ୍ଛାପୁର ରଥଦାଣ୍ଡରେ କେନ୍ଦ୍ରାପଡା ବ୍ଲକ ତରଫରୁ ଆୟୋଜିତ ଏସ୍.ଆଇ.ଆର୍ ସମ୍ପର୍କରେ ଏକ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଯୋଗଦେଇ ଏକ ସଚେତନତା ରଥକୁ ଉଦ୍ଘାଟନ କରିବା ସହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଏସ୍.ଆଇ.ଆର୍ ଲେଖାଥିବା ଗୁଡି ଉଡାଯାଇଥିଲା । କେନ୍ଦ୍ରାପଡା ବ୍ଲକ ବିଡିଓ ଅଭିଶେକ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଏଲ୍ଓ ମାନେ ପ୍ରତ୍ୟେକ ଘର ଘର ବୁଲି ଘର ଗୁଡିକରେ ପରିଗଣନା ଫର୍ମ ପ୍ରଦାନ କରିବେ । ଫର୍ମ ପୂରଣ କରିବାରେ ସହଯୋଗ କରିବେ (ମାର୍ଗଦର୍ଶନ କରିବେ) ଆପଣମାନଙ୍କ ଦ୍ୱାରା ସମସ୍ତ ଆବଶ୍ୟକ ସୂଚନା ସହ ପୂରଣ ହୋଇଥିବା ପରିଗଣନା ଫର୍ମ ସଂଗ୍ରହ କରିବେ । ଏବଂ ଆପଣଙ୍କୁ ଏକ ସ୍ୱିକୃତି ପତ୍ର ପ୍ରଦାନ କରିବେ । ଯାଇ ଜନସାଧାରଣଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଏଥିସହିତ ସମସ୍ତଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ । ତଥ୍ୟ ସଂଗ୍ରହ ସମୟରେ ବିଏଲ୍ଓ ସୁପର ଭାଇଜର୍ ମାନଙ୍କୁ ଜନସାଧାରଣ ପୁନଃମାତ୍ରାରେ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ ନିବେଦନ କରିଛନ୍ତି ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଡିଓ ଙ୍କ ସହିତ ପୈାର ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ଡେପୁଟି କଲେକ୍ଟର ଶାନ୍ତିଲତା ବୁଢିଆଳ, ସହକାରୀ ଜିଲ୍ଲାପାଳ, ଡବ୍ଲ୍ୟୁଓ ଶୁବ୍ରଜିତ ରାଉତଙ୍କ ସହ ରୁଦ୍ର ନାରାୟଣ ଦାସ, ମିର୍ ସଲ୍ଲିମୁଦ୍ଦିନ, ସଂଗୀତା ବେହେରା, ସ୍ୱର୍ଣ୍ଣପ୍ରଭା ସେଠୀଙ୍କ ସହ ଜିପିଓ, ବିଏଲ୍ଓ ସୁପରଭାଇଜରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି