ସ୍କୁଟି ସହ ୮୦ ଲିଟର ଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ
ଭୁବନ, ୪ ଜୁନ୍ (ହି.ସ.) - ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଆଜି ଗୁରୁବାର ଜୁପିଟର ସ୍କୁଟି ସମେତ ୮୦ ଲିଟର ଦେଶୀ ମଦ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ ଅବକାରୀ ନିରୀକ୍ଷକ ବୁଲୁ ପାତ୍ର ଗୁରୁବାର ସକାଳ ୭ଟା ସମୟରେ ସ
Accused satrughna sahoo


ଭୁବନ, ୪ ଜୁନ୍ (ହି.ସ.) - ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଆଜି ଗୁରୁବାର ଜୁପିଟର ସ୍କୁଟି ସମେତ ୮୦ ଲିଟର ଦେଶୀ ମଦ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନାନୁଯାୟୀ ଅବକାରୀ ନିରୀକ୍ଷକ ବୁଲୁ ପାତ୍ର ଗୁରୁବାର ସକାଳ ୭ଟା ସମୟରେ ସଦଳ ବଳେ ପାଟ୍ରୋଲିଂରେ ଯାଇଥିବା ବେଳେ ରଗଡ଼ି ଛକ ଠାରେ ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ଗ୍ରାମର ଶତ୍ରୁଘ୍ନ ସାହୁଙ୍କ ଠାରୁ ତାଙ୍କ ଓଡ଼ି ୦୬ ଏଲ ୬୨୨୬ ନମ୍ବର ବିଶିଷ୍ଟ ଜୁପିଟର ସ୍କୁଟି ସମେତ ୮୦ ଲିଟର ଦେଶୀ ମଦ ଜବତ କରି ତାଙ୍କୁ ଗିରଫ କରିଥିଲେ ।

ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ରଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ, ଆଲୋକ କୁମାର ଜେନା ସହଯୋଗ କରିଥିଲେ । ଏ ସମ୍ପର୍କରେ କେଶ୍ ନଂ ୩୩/୨୦୨୬-୨୭ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଭୁବନ ଜେ ଏମ ଏଫ୍ ସି କୋର୍ଟକୁ ପଠାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande