ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ରୀ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକ
ଧର୍ମଶାଳା, ୪ ଜୁନ୍ (ହି.ସ.)- ଯାଜପୁର ଜିଲ୍ଲାରେ ଅଘଟଣ । ନଦୀରେ ଗାଧୋଇବା ହେଲା କାଳ । ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ରୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନ ଚନ୍ଦନପୁର ଗ୍ରାମରେ । ମୃତକ ଚନ୍ଦନପୁର ଗ୍ରାମର ପ୍ରଶାନ୍ତ ବିଶ୍ୱାଳଙ୍କ ଝିଅ ଶୁଭଲଷ୍ମୀ
ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ରୀ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକ


ଧର୍ମଶାଳା, ୪ ଜୁନ୍ (ହି.ସ.)- ଯାଜପୁର ଜିଲ୍ଲାରେ ଅଘଟଣ । ନଦୀରେ ଗାଧୋଇବା ହେଲା କାଳ । ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ରୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନ ଚନ୍ଦନପୁର ଗ୍ରାମରେ । ମୃତକ ଚନ୍ଦନପୁର ଗ୍ରାମର ପ୍ରଶାନ୍ତ ବିଶ୍ୱାଳଙ୍କ ଝିଅ ଶୁଭଲଷ୍ମୀ ବୋଲି ଜଣାପଡିଛି । ସେ ତିନି ଜଣ ସାଙ୍ଗଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇଥିଲେ l ଖବର ପାଇ ବରୀ ଅଗ୍ନିଶମ ବାହିନୀ ପହଁଚି ନଦୀରୁ ଶୁଭଲଷ୍ମୀଙ୍କୁ ଉଦ୍ଧାର କରି ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଅନ୍ୟପଟେ ଖବର ପାଇ ବରୀ ରାମଚନ୍ଦ୍ରପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ନେଇ ଥାନା ଅଧିକାରିଣି ହେମଲତା ଦାସ ସୂଚନା ଦେଇଛନ୍ତି। ମୃତ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡିଛି। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande